Congress President Election: ୧୩୭ ବର୍ଷରେ ଷଷ୍ଠ ଥର ପାଇଁ ହେବ ମୁକାବିଲା, ସକlଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯନ୍ତ ହେବ ମତଦାନ
Advertisement
Article Detail0/zeeodisha/odisha1398024

Congress President Election: ୧୩୭ ବର୍ଷରେ ଷଷ୍ଠ ଥର ପାଇଁ ହେବ ମୁକାବିଲା, ସକlଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯନ୍ତ ହେବ ମତଦାନ

ଭାରତ ଯୋଡ ଯାତ୍ରା ଶିବିର ଠାରେ ଏକ ବୁଥ ନିର୍ମାଣ କରାଯାଇଛି। ଯେଉଁଠାରେ ରାହୁଲ ଗାନ୍ଧୀଙ୍କ ସମେତ ପ୍ରାୟ ୪୦ ଜଣ ମତଦାତା ମତଦାନ କରିବେ। 

Congress President Election: ୧୩୭ ବର୍ଷରେ ଷଷ୍ଠ ଥର ପାଇଁ ହେବ ମୁକାବିଲା, ସକlଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯନ୍ତ ହେବ ମତଦାନ

President Election of Congress: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲାଗି ଅକ୍ଟୋବର ୧୭ ତାରିଖରେ ହେବାକୁ ଯାଉଛି ମତଦାନ। ଏହି ନିର୍ବାଚନ ଲାଗି ହେବାକୁ ଯାଉଥିବା ଭୋଟିଂ ଲାଗି ପ୍ରସ୍ତୁତି ଶେଷ ହୋଇଛି। ମତଦାନ ଲାଗି ଦେଶର ୪୦ କେନ୍ଦ୍ରରେ ୬୮ବୁଥ୍ ସ୍ଥାପନ କରାଯାଇଛି। ଯେଉଁଠାରେ ଭୋଟିଂ ପ୍ରକ୍ରିୟା ସକାଳ ଦଶଟାରୁ ଆରମ୍ଭ ହୋଇ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଚାଲିବ।

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରାୟ ୯ ହଜାର ପ୍ରଦେଶ ପ୍ରତିନିଧି ମତଦାନ କରିବେ। ଦଳର ଅଧ୍ୟକ୍ଷ ପଦ ଲାଗି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଶଶୀ ଥରୁରଙ୍କ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ। ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂହଙ୍କ ସମେତ କଂଗ୍ରେସ କାର୍ଯ୍ୟକାରୀ କମିଟି ସଦସ୍ୟ କଂଗ୍ରେସ ମୁଖ୍ୟାଳୟ ଠାରେ ମତଦାନ କରିବେ। ଏଠାରେ  ଏକ ମତଦାନ କେନ୍ଦ୍ର ମଧ୍ୟ କରାଯାଇଛି।  

ଭାରତ ଯୋଡ ଯାତ୍ରା  ଶିବିର ଠାରେ ଏକ ବୁଥ ନିର୍ମାଣ କରାଯାଇଛି। ଯେଉଁଠାରେ ରାହୁଲ ଗାନ୍ଧୀଙ୍କ ସମେତ ପ୍ରାୟ ୪୦ ଜଣ ମତଦାତା ମତଦାନ କରିବେ। ମଲ୍ଲିକାର୍ଜୁନ ଖାର୍ଗେ ବେଙ୍ଗାଲୁରୁସ୍ଥିତ କର୍ଣ୍ଣାଟକ କଂଗ୍ରେସ କମିଟି କାର୍ଯ୍ୟାଳୟ ଠାରେ ମତଦାନ କରିବେ। ଅନ୍ୟପଟେ ଶଶୀ ଥରୁର କେରଳ ରାଜଧାନୀ ତିରୁବନନ୍ତପୁରମ ଠାରେ ଭୋଟ୍ ଦେବେ। ଭୋଟ୍ ଦେବା ପରେ ମତଦାନ ବାକ୍ସ ଦିଲ୍ଲୀ ଅଣାଯିବ। ଯେଉଁଠାରେ ୧୯ ଅକ୍ଟୋବରରେ ଦଳୀୟ ମୁଖ୍ୟାଳୟ ଠାରେ ଭୋଟ୍ ଗଣନା କରାଯିବ। ସେହି ଦିନ ନିର୍ବାଚନ ଫଳାଫଳ ମଧ୍ୟ ଘୋଷଣା କରାଯିବ। ପ୍ରାୟ ୨୨ ବର୍ଷ ପରେ ଅନୁଷ୍ଠିତ ହେଉଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ। ପ୍ରାୟ ୨୪ ବର୍ଷ ପରେ ଦଳର ନେତୃତ୍ୱ ଗାନ୍ଧୀ ପରିବାର ହାତରୁ ଯିବା ସ୍ଥିର ହୋଇଯାଇଛି।

ପ୍ରାୟ ୧୩୭ ବର୍ଷର ପୁରୁଣା ଦଳ ହେଉଛି କଂଗ୍ରେସ। ଯେଉଁଠି ଷଷ୍ଠ ଥର ଏପରି ନିର୍ବାଚନ ହେଉଛି ଯାହା ପ୍ରମାଣ କରିବ ଯେ ଦଳର ମଙ୍ଗୁଆଳ ପଦ ପାଇଁ କିଏ ହେବ ଉପଯୁକ୍ତ ପ୍ରାର୍ଥୀ? ଏଥରର କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ​​ଗାନ୍ଧୀ ପରିବାରର କୌଣସି ସଦସ୍ୟ ଅଂଶଗ୍ରହଣ କରୁନାହାଁନ୍ତି। ଅର୍ଥାତ୍ ପୂର୍ବରୁ ସ୍ଥିର ହୋଇସାରିଛି ଯେ ଏଥର କଂଗ୍ରେସ ସଭାପତି ଗାନ୍ଧୀ ପରିବାର ବାହାରୁ ହେବେ।

ଦଳର ସଭାପତି ନିର୍ବାଚନ ଉପରେ ପ୍ରତିକ୍ରିୟା ରଖି ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ। ଏନେଇ ଗଣମାଧ୍ୟମକୁ ସେ କହିଛନ୍ତି ଯେ ୧୩୭ ବର୍ଷର ଏହି ଦଳରେ ଷଷ୍ଠ ଥର ଲାଗି ସଭାପତି ପଦ ପାଇଁ ଆଭ୍ୟନ୍ତରୀଣ ନିର୍ବାଚନ ଅନୁଷ୍ଠିତ ହେଉଛି। ଗତ ୧୯୩୯, ୧୯୫୦, ୧୯୯୭, ୨୦୦୦ ବର୍ଷରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ବାବଦରେ ମଧ୍ୟ କହିଛନ୍ତି ସେ। ୧୯୭୭ ମସିହାରେ ମଧ୍ୟ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସେତେବେଳେ କାସୁ ବ୍ରାହ୍ମାନନ୍ଦ ରେଡ୍ଡୀ ନିର୍ବାଚିତ ହୋଇଥିଲେ। ତଥାପି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନର ନିଜସ୍ୱ ଗୁରୁତ୍ୱ ରହିଛି। ହେଲେ ମୁଁ ସେହି ଐତିହାସିକ ଭାରତ ଯୋଡା ଯାତ୍ରା ଅପେକ୍ଷା କମ୍ ଅନୁଷ୍ଠାନିକ ଗୁରୁତ୍ୱ ବୋଲି ବିବେଚନା କରେ। ଯାହା ଭାରତୀୟ ରାଜନୀତି ପାଇଁ କଂଗ୍ରେସର ଏକ ପରିବର୍ତ୍ତନଶୀଳ ପଦକ୍ଷେପ।