Liquor Price drop: ରାଜ୍ୟରେ ମଦ ବିକ୍ରି ବୃଦ୍ଧି ନେଇ ଦର ହ୍ରାସ କଲେ ସରକାର
Advertisement
Article Detail0/zeeodisha/odisha1683140

Liquor Price drop: ରାଜ୍ୟରେ ମଦ ବିକ୍ରି ବୃଦ୍ଧି ନେଇ ଦର ହ୍ରାସ କଲେ ସରକାର

Liquor Price drop: ତେଲେଙ୍ଗାନା ରାଜ୍ୟ ପାନୀୟ ନିଗମ ଲିମିଟେଡ଼ ବିଦେଶୀ ମଦ ଓ ବିୟର ଉପରୁ ସ୍ପେସିଆଲ୍ ଏକ୍ସାଇଜ୍ ଡ୍ୟୁଟି (SEC) ହାର ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲା। ସ୍ବତନ୍ତ୍ର ଏକ୍ସାଇଜ୍ ଡ୍ୟୁଟି ହାର ହ୍ରାସ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ମଦ ଦର ହ୍ରାସ କରାଯାଇଛି। ତେଲେଙ୍ଗାନାରେ ରିଜୋଲ୍ୟୁସନ୍ ପାରିତ ହେବା ପରେ ସଂଶୋଧିତ ମଦ ଦର ହ୍ରାସ ହୋଇଛି ।

ସୌ(ସୋସିଆଲ ମିଡିଆ)

Liquor Price drop: ତେଲେଙ୍ଗାନାରେ ଶସ୍ତା ହେଲା ମଦ (Liquor Price drop )। ତେଲେଙ୍ଗାନା ରାଜ୍ୟ ପାନୀୟ ନିଗମ ଲିମିଟେଡର (Telangana State Beverages Corporation Limited) ପ୍ରସ୍ତାବକୁ ରାଜ୍ୟ ସରକାର ଅନୁମୋଦନ କରିବା ପରେ ହାଇଦ୍ରାବାଦ ଓ ତେଲେଙ୍ଗାନାର ବିଭିନ୍ନ ଅଞ୍ଚଳରେ ଶନିବାର ଠାରୁ ମଦ ମୂଲ୍ୟ ହ୍ରାସ ପାଇଛି। ତେଲେଙ୍ଗାନା ରାଜ୍ୟ ପାନୀୟ ନିଗମ ଲିମିଟେଡ଼ ବିଦେଶୀ ମଦ ଓ ବିୟର ଉପରୁ ସ୍ପେସିଆଲ୍ ଏକ୍ସାଇଜ୍ ଡ୍ୟୁଟି (SEC) ହାର ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲା। ସ୍ବତନ୍ତ୍ର ଏକ୍ସାଇଜ୍ ଡ୍ୟୁଟି ହାର ହ୍ରାସ କରିବା ପ୍ରସ୍ତାବକୁ ଅନୁମୋଦନ ମିଳିବା ପରେ ମଦ ଦର ହ୍ରାସ କରାଯାଇଛି। ତେଲେଙ୍ଗାନାରେ ରିଜୋଲ୍ୟୁସନ୍ ପାରିତ ହେବା ପରେ ସଂଶୋଧିତ ମଦ ଦର ହ୍ରାସ ହୋଇଛି ।

ବିୟର (Beer) ବ୍ୟତୀତ ସମସ୍ତ ପ୍ରକାର ମଦ ଦର ହ୍ରାସ କରିବାକୁ ତେଲେଙ୍ଗାନା ସରକାର (Telangana government) ଘୋଷଣା କରିଛନ୍ତି। ସୂଚନାନୁସାରେ, ୧୮୦ ମିଲି ଓ ୩୫୦ ମିଲି ବୋତଲର ମୂଲ୍ୟ ଯଥାକ୍ରମେ ୧୦ରୁ ୨୦ ଟଙ୍କା ହ୍ରାସ ପାଇଥିବାବେଳେ ୭୫୦ ମିଲି ବୋତଲର ମୂଲ୍ୟ ୪୦ ଟଙ୍କା ହ୍ରାସ ପାଇବ। ଏହି ନୂତନ ମୂଲ୍ୟ ମଦ ସମେତ ସମସ୍ତ ପ୍ରକାରର ମଦ ଯଥା ୱିସ୍କି, ଭୋଡ଼କା, ବ୍ରାଣ୍ଡି ଇତ୍ୟାଦି ଉପରେ ଲାଗୁ କରାଯିବ। ଶୁଳ୍କ ନଦେବା ଓ ବଜାରରେ ବ୍ୟଭିଚାରିତ ମଦ ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ରାଜ୍ୟ ଏକ୍ସାଇଜ୍ ଓ ନିଷେଧ ବିଭାଗ କମିଶନରଙ୍କ ପକ୍ଷରୁ ମଦ ମୂଲ୍ୟ ହ୍ରାସ କରିବାକୁ ନିଷ୍ପତ୍ତି ନିଆଯାଇଛି।ଭାରତରେ ତିଆରି ହେଉଥିବା ମଦ (IML) ବିକ୍ରିରେ ବାଧ୍ୟତାମୂଳକ ୧୦ ପ୍ରତିଶତ ବୃଦ୍ଧି ସହିତ ଲାଇସେନ୍ସପ୍ରାପ୍ତ ମଦ ଡିଲରଙ୍କ (liquor dealer) ପାଇଁ ବିଭାଗ ମଧ୍ୟ ନୂତନ ବିକ୍ରୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେଲେ ଡିଲରମାନଙ୍କୁ କମିଶନରଙ୍କୁ ମାସିକ ସ୍ପଷ୍ଟୀକରଣ ଦେବାକୁ ପଡିବ । ମଦ ବିକ୍ରିକୁ ବଢାଇବା ପାଇଁ ଏହି ପଦକ୍ଷେପର ଏକ ଅଂଶ ଭାବରେ, ବାର ଗୁଡିକ ବର୍ତ୍ତମାନ କେବଳ ୩୦ ମିଲି, ୬୦ ମିଲି ଓ ୭୫୦ ମିଲି ପରିମାଣରେ ସେବନ କରିବା ପରିବର୍ତ୍ତେ ଗ୍ରାହକଙ୍କୁ ସିଧାସଳଖ ମଦ ବୋତଲ ବିକ୍ରୟ କରିବାକୁ ଅନୁମତି ଦିଆଯାଇଛି ।

ତେବେ ଏହାଫଳରେ ମଦ ଦୋକାନରେ ମଦ ବିକ୍ରି ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ଡିଲର ଆସୋସିଏସନ (liquor dealer association) ପକ୍ଷରୁ କୁହାଯିବା ସହ ଏହି ନିଷ୍ପତ୍ତିକୁ ବିରୋଧ କରାଯାଇଛି । ସେମାନଙ୍କ କହିବା କଥା, ଗ୍ରାହକ ବାରରୁ ଏମଆରପିରେ କିଣି ସେହି ପରିସରରେ ପିଇବାକୁ ପସନ୍ଦ କରିବେ। ଡିଲରମାନଙ୍କ ପକ୍ଷରୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଯାଇଛି। ସେମାନଙ୍କ କହିବା କଥା, ମଦ ଦୋକାନ ଡିଲରମାନେ ରାଜ୍ୟରେ ମଦ ଦୋକାନ ଚଳାଇବା ଓ ଲାଇସେନ୍ସ ପାଇବା ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରିଥାଆନ୍ତି । ତେଣୁ ରାଜ୍ୟ ସରକାର ଏହି ନିୟମକୁ ପ୍ରତ୍ୟାହାର କରନ୍ତୁ । ମଦ ଦୋକାନ ଗୁଡିକରେ ଥିବା ମଦ ବୋତଲରେ ମୁଦ୍ରିତ ଏମଆରପି ହାରରେ ବିକ୍ରି ହୋଇଥିବାବେଳେ ମେ ୫ ତାରିଖରୁ ଉତ୍ପାଦିତ ମଦ ନୂତନ ଏମଆରପି (MRP) ହାରରେ ଲାଗିବ। ଏକ୍ସାଇଜ୍ ବିଭାଗ ଆଶାବାଦୀ ଯେ ମଦ ମୂଲ୍ୟ ହ୍ରାସ ଓ ବିକ୍ରୟ ଲକ୍ଷ୍ୟ ବୃଦ୍ଧି ଦ୍ୱାରା ଉଭୟ ଶିଳ୍ପ ସହ ଗ୍ରାହକ ଉପକୃତ ହେବେ।

Also Read-Brain surgery in womb: ବିଶ୍ବରେ ପ୍ରଥମ! ଗର୍ଭାଶୟରେ ହେଲା ଶିଶୁର ବ୍ରେନ ସର୍ଜରୀ

Also Read-Government schemes: ମହିଳାଙ୍କୁ ମୋଦି ସରକାର ଦେବେ ୫ ହଜାର ଟଙ୍କା, ଲାଭ ଉଠାଇବା ପାଇଁ କରନ୍ତୁ ଏହି କାମ