ଆସନ୍ତା କାଲି ଗିରଫ ହେବେ ସିସୋଦିଅ !
Advertisement
Article Detail0/zeeodisha/odisha1397821

ଆସନ୍ତା କାଲି ଗିରଫ ହେବେ ସିସୋଦିଅ !

ଅବକାରୀ ନୀତି (Excise Policy) ପାଇଁ ଆସନ୍ତା କାଲି ଗିରଫ ହୋଇ ପାରନ୍ତି ଦିଲ୍ଲୀର (New Delhi) ଉପମୁଖ୍ୟମନ୍ତ୍ରୀ (Deputy Chief Minister) ମନୀଷ ସିସୋଦିଆ (Manish Sisodia)। କିଛି ଏଭଳି ଦାବି କରି ଆସୁଛନ୍ତି ଆମ ଆଦମୀ ପାର୍ଟିର (AAP) କିଛି ନେତା। ପୂର୍ବରୁ ଦିଲ୍ଲୀ (New Delhi) ମୁଖ୍ୟମନ୍ତ୍ରୀ (Chief Minister) ଅରବିନ୍ଦ କେଜରିଓ୍ୱାଲ

ଆସନ୍ତା କାଲି ଗିରଫ ହେବେ ସିସୋଦିଅ !

ନୂଆଦିଲ୍ଲୀ: ଅବକାରୀ ନୀତି (Excise Policy) ପାଇଁ ଆସନ୍ତା କାଲି ଗିରଫ ହୋଇ ପାରନ୍ତି ଦିଲ୍ଲୀର (New Delhi) ଉପମୁଖ୍ୟମନ୍ତ୍ରୀ (Deputy Chief Minister) ମନୀଷ ସିସୋଦିଆ (Manish Sisodia)। କିଛି ଏଭଳି ଦାବି କରି ଆସୁଛନ୍ତି ଆମ ଆଦମୀ ପାର୍ଟିର (AAP) କିଛି ନେତା। ପୂର୍ବରୁ ଦିଲ୍ଲୀ (New Delhi) ମୁଖ୍ୟମନ୍ତ୍ରୀ (Chief Minister) ଅରବିନ୍ଦ କେଜରିଓ୍ୱାଲ (Arvind Kejriwal) ମନୀଷ ସିସୋଦିଆଙ୍କ (Manish Sisodia) ଗିରଫଦାରୀକୁ ନେଇ ମୁଁହ ଖୋଲିଥିବା ବେଳେ ଆଜି ଦଳର ନେତା ତଥା ବିଧାୟକ (MLA) ସୌରଭ ଭରଦ୍ୱାଜ (Sourav Bhardwaj) ମୁଁହ ଖୋଲିଛନ୍ତି। ସେ କହିଛନ୍ତି କି ଆସନ୍ତା କାଲି ମଧ୍ୟରେ ଉପମୁଖ୍ୟମନ୍ତ୍ରୀ (Deputy Chief Minister) ମନୀଷ ସିସୋଦିଆଙ୍କୁ (Manish Sisodia) ଗିରଫ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। 

ସେ ଆହୁରି ମଧ୍ୟ କହିଛନ୍ତି କି ଏହି ମାମଲା ସିଧା ସଳଖ ଭାବେ ଗୁଜରାଟ ନିର୍ବାଚନ ସହିତ ସମ୍ପର୍କ ରହିଛି। ଗୁଜରାଟରେ ବର୍ତ୍ତମାନ ବିଜେପିକୁ ଆପ କଡ଼ା ଟକ୍କର ଦେଉଛି। ସେ କହିଥିଲେ ଆହୁରି ମଧ୍ୟ କହିଥିଲେ କି ମନୀଷ ସିସୋଦିଆ ସେଠାରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ଏହି କାର୍ଯ୍ୟକ୍ରମରେ ବାଧା ଉପୁଯାଇବା ପାଇଁ ମନୀଷ ସିସୋଦିଆଙ୍କୁ ଗିରଫ କରାଯିବାର ସମ୍ଭାବନା ଯଥେଷ୍ଟ ରହିଛି। କିନ୍ତୁ ମନୀଷଙ୍କୁ ଗିରଫ କରାଯିବା ପରେ ଆପ ସେଠାରେ ଆହୁରି ମଜବୁତ ହୋଇଯିବ। 

ମନୀଷଙ୍କ ଗିରଫଦାରୀଙ୍କୁ ନେଇ ଭରଦ୍ୱାଜ ଆଶ୍ୱସ୍ତି ରହିଥିବା ନେଇ କହିଛନ୍ତି। କାହିଁକି ନା ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟି ସାରିଛି। ଯେତେବେଳେ ଆମ ଦଳର ନେତାଙ୍କୁ ଜେରା ପାଇଁ ଡକାଯାଇଥିଲା। ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା। ଗୁଜରାଟରେ ଆପର ବିଜୟ ଭରସା ଅଧିକ ରହିଛି। ଭରଦ୍ୱାଜ କହିଛନ୍ତି କି ଦଳର ନେତାମାନଙ୍କ ଗିରଫଦାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ନେତାଙ୍କ ତାଲିକା ଯେତିକି ବଢୁଛି ସେତିକି ସେତିକି ଦଳ ଗୁଜରାଟରେ ମଜବୁତ ହେବାରେ ଲାଗିଛି ବୋଲି ସେ କହିଛନ୍ତି। 

ଏଠାରେକହି ରଖୁଛି କି ରବିବାର ସକାଳେ ମନୀଷ ସିସୋଦିଆ ଏକ ଟ୍ୱିଟ କରି ସୂଚନା ଦେଇଥିଲେ କି ସୋମବାର ଜେରା ପାଇଁ ସିବିଆଇ ତାଙ୍କୁ ସମନ ଜାରି କରିଥିଲା। ସେ ଆଉ ଏକ ଟ୍ୱିଟରେ କହିଥିଲେ କି ସିବିଆଇକୁ ସେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ପ୍ରସ୍ତୁତ ରହିଛନ୍ତି। କାରଣ ତାଙ୍କ ଘରେ ୧୪ ଘଣ୍ଟା ପର୍ଯ୍ୟନ୍ତ ଚଢାଉ କରିଥିଲା ସିବିଆଇ। ବ୍ୟାଙ୍କ ଖାତା ଏବଂ ତାଙ୍କ ଗାଁରେ ମଧ୍ୟ ଚଢାଉ ଓ ଛାନଭିନ କରିଥିଲା ସିବିଆଇ ବୋଲି ମନୀଷ ସିସୋଦିଆ ଟ୍ୱିଟ କରି ସୂଚନା ପ୍ରଦାନ କରିଥିଲେ। ମନୀଷଙ୍କୁ ଆସନ୍ତା କାଲି ସକାଳ ୧୧ଟାରେ ଜେରା ପାଇଁ ସମନ ଜାରି କରିଛି ସିବିଆଇ।

ଅଧିକ ପଢନ୍ତୁ: IMD ଦେଲା ଚେତାବନୀ, ଦେଶର ଏହି ଭାଗରେ ଆସନ୍ତା ୫ ଦିନ ପାଇଁ ହେବ ପ୍ରବଳ ବର୍ଷା

ଅଧିକ ପଢନ୍ତୁ: Weight Loss: ଖାଇବା ପରେ କରନ୍ତୁ ଏହି ଦୁଇଟି ଜିନିଷ, ଜୀବନରେ କେବେବି ବଢ଼ିବ ନାହିଁ ଓଜନ