Diwali holidays in US: ଆମେରିକାର ଏହି ରାଜ୍ୟରେ ଦୀପାବଳି ଦିନ ଘୋଷଣା ହେଲା ସରକାରୀ ଛୁଟି
Advertisement
Article Detail0/zeeodisha/odisha1670757

Diwali holidays in US: ଆମେରିକାର ଏହି ରାଜ୍ୟରେ ଦୀପାବଳି ଦିନ ଘୋଷଣା ହେଲା ସରକାରୀ ଛୁଟି

Diwali holidays in US: ଆଲୋକର ପର୍ବ ଦୀପାବଳୀରେ ଆମେରିକା ପେନସିଲଭାନିଆରେ ସରକାରୀ ଛୁଟି ଭାବେ ଘୋଷଣା କରାଯିବ। ସିନେଟର ନିକିଲ ସବଲ ଏନେଇ ଟ୍ବିଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

ସୌ(ସୋସିଆଲ ମିଡିଆ)

Diwali holidays in US: ଆଲୋକର ପର୍ବ ଦୀପାବଳୀ (Diwali) । ଏହି ପର୍ବ ପ୍ରତ୍ୟେକ ଭାରତୀୟଙ୍କ ଲାଗି ବେଶ ଖାସ ହୋଇଥାଏ । ଆମ ଦେଶରେ ଏହାକୁ ବେଶ ଧୁମଧାମର ସହ ପାଳନ କରାଯାଇଥାଏ । କୁହାଯାଏ, ଏହି ଦିନ ଅନ୍ଧାର ଉପରେ ଆଲୋକର ଓ ନ୍ୟାୟ ଉପରେ ଅନ୍ୟାୟର ବିଜୟ ହୋଇଥିଲା । ବଡ଼ ବଡ଼ିଆ ଡ଼ାକିବା ସହ ଘରେ ଘରେ ଦୀପ ଜାଳି ଏହି ପର୍ବକୁ ପାଳନ କରାଯାଇଥାଏ । ଏହି ଦିନ ଆମ ଦେଶରେ ସମସ୍ତ ସରକାରୀ, ବେସରକାରୀ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଥାଏ । ଏବେ ଆମେରିକା ପେନସିଲଭାନିଆରେ (Pennsylvania) ଏହି ହିନ୍ଦୁ ପର୍ବ ଦୀପାବଳୀକୁ ସରକାରୀ ଛୁଟି ଭାବେ ଘୋଷଣା କରାଯିବ। ସିନେଟର ନିକିଲ ସବଲ ଏନେଇ ଟ୍ବିଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।

ଦୀପାବଳୀ ହିନ୍ଦୁମାନଙ୍କ ଲାଗି ଏକ ଖାସ ପର୍ବ ଅଟେ। ବିଶ୍ବାସା କରାଯାଏ ଯେ, ରାମଚନ୍ଦ୍ର ଦୀର୍ଘ ୧୪ ବର୍ଷର ବନବାସ ପରେ ଲଙ୍କାପତି ରାବଣକୁ ବଦ୍ଧ କରି ଅଯୋଧ୍ୟାକୁ ଫେରିଥିଲେ। ଏହି ଅବସରରେ ବିଜୟ ଉତ୍ସବ ପାଳନ ଲାଗି ସମଗ୍ର ରାଜ୍ୟରେ ଘିଅର ଦୀପ ଜଳାଯାଇଥିଲା । ସେବେଠାରୁ ସାରା ଭାରତ ବର୍ଷରେ ପ୍ରତିବର୍ଷ ଏହି ଦିନକୁ ମନେ ପକାଇ ଆଲୋକର ଏହି ପର୍ବ ପାଳନ କରାଯାଇଥାଏ । ଦେଶରେ ଦୀପାବଳୀ ଦିନ ସରକାରୀ ଛୁଟି ହୋଇଥାଏ । ସମସ୍ତେ ନିଜ ପରିବାର ସହ ଏହି ପର୍ବକୁ ଉପଭୋଗ କରିଥାଆନ୍ତି । ତେବେ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା ପେନସିଲଭାନିଆରେ ମଧ୍ୟ ଦୀପାବଳିକୁ ସରକାରୀ ଛୁଟି ଘୋଷଣା କରାଯିବ । ସୂଚନା ଅନୁଯାୟୀ, ଆମେରିକାର ପେନସିଲଭାନିଆରେ ଦୀପାବଳୀକୁ ସରକାରୀ ଛୁଟି ଘୋଷଣା କରାଯିବ ନେଇ ବୋଲି ସିନେଟର ନିକିଲ ସାୱାଲ ସୂଚନା ଦେଇଛନ୍ତି । ଏହି ଖୁସି ଖବର ଦେବା ସହ ଟ୍ୱିଟ କରି ସିନେଟର ନିକିଲ ସବଲ କହିଛନ୍ତି ଯେ, " ଦୀପାବଳୀକୁ ଏକ ଆନୁଷ୍ଠାନିକ ଛୁଟି ଘୋଷଣା କରିବାକୁ ସିନେଟ୍ ସର୍ବସମ୍ମତି କ୍ରମେ ଭୋଟ୍ ଦେଇଛି। ଯେଉଁ ପେନସିଲଭାନିଆବାସୀ ଏହି ଆଲୋକ ଏହି ପାଳନ କରିଥାଆନ୍ତି ତାଙ୍କୁ ସ୍ବାଗତ କରାଯିବା ସହ ତାଙ୍କ ମହତ୍ବ ଦିଆଯାଉଛି । ଟ୍ୱିନ୍ ଟାୟାର ରିପୋର୍ଟ ଅନୁଯାୟୀ, ଗତ ଫେବୃଆରୀ ମାସରେ ସିନେଟର ଗ୍ରେଗ ରୋଥମାନ ଓ ସିନେଟର ନିଖିଲ ସବନ ଦୀପାବଳୀକୁ ପେନସିଲଭାନିଆରେ ସରକାରୀ ଛୁଟିଦିନ କରିବା ଲାଗି ଦାବି ଉପସ୍ଥାପନ କରିଥିଲେ ।

ଏହା ବି ପଢନ୍ତୁ-Mukesh Ambani: କିଏ ସେହି କର୍ମଚାରୀ? ଯାହାଙ୍କୁ ୧,୫୦୦ କୋଟିର ଘର ଗିଫ୍ଟ କଲେ ମୁକେଶ ଅମ୍ବାନୀ

ଏହା ବି ପଢନ୍ତୁ-Bhubaneswar to Bangkok flight: ଜୁନ ୩ରୁ ଭୁବନେଶ୍ବରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

ପେନସିଲଭାନିଆରେ ପ୍ରାୟ ୨୦୦,୦୦୦ ଦକ୍ଷିଣ ଏସୀୟ ଅଧିବାସୀ ବାସ କରନ୍ତି, ସେମାନଙ୍କ ମଧ୍ୟରୁ ଅନେକ ଦୀପାବଳି ଉତ୍ସବ ପାଳନ କରନ୍ତି । ରୋଥମ୍ୟାନଙ୍କ ଅନୁଯାୟୀ, "୩୪ତମ ସିନେଟେରାଲ୍ ଜିଲ୍ଲାରେ ପ୍ରତିବର୍ଷ ହଜାର ହଜାର ପେନସିଲଭାନିଆ (Pennsylvania) ଦିପାବଳୀ ପାଳନ କରନ୍ତି। ଦିପାବଳୀକୁ ଏକ ଆନୁଷ୍ଠାନିକ ଛୁଟିଦିନ ଘୋଷଣା କରିବା ଆମ ଦେଶର ବିବିଧ ତଥା ସମୃଦ୍ଧ ସଂସ୍କୃତିର ଉତ୍ସବ ଅଟେ।" ପ୍ରତିବର୍ଷ ଦୀପାବଳି ପର୍ବ ଭିନ୍ନ ଭିନ୍ନ ଦିନରେ ପାଳନ କରାଯାଏ । ଏହି ଦିନ ଦୀପ ଓ ମହମବତୀ ଜଳାଯାଇଥାଏ ।  ବିଭିନ୍ନ ପ୍ରକାରର ମିଠା ପିଠାରେ ଘର କମ୍ପ ଉଠିଥାଏ । ପରିବାର ଓ ପଡ଼ୋଶୀଙ୍କ ସହିତ ବେଶ ଧୁମଧାମ୍ ରେ ଏହାକୁ ପାଳନ କରାଯାଇଥାଏ ।