ହଜିଗଲା ମାନବିକତା : ଭୋଗଥାଳିରୁ ସେଓ ଖାଇଦେବାରୁ ୬ ବର୍ଷର ଛାତ୍ରକୁ ହତ୍ୟା
Advertisement
Article Detail0/zeeodisha/odisha1377629

ହଜିଗଲା ମାନବିକତା : ଭୋଗଥାଳିରୁ ସେଓ ଖାଇଦେବାରୁ ୬ ବର୍ଷର ଛାତ୍ରକୁ ହତ୍ୟା

ପୂଜା ପ୍ରସାଦରୁ ସେଓ  ଖାଇଥିବାରୁ ଛଅ ବର୍ଷର ଛାତ୍ରକୁ ପିଟି ପିଟି ହତ୍ୟା । ବିହାରର ଗୟା ଜିଲ୍ଲାର ଏକ  ଆବାସିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଅଭାବନୀୟ ଘଟଣା।  ତେବେ ପୋଲିସ ଏଫଆଇଆର ପଞ୍ଜୀକୃତ କରି ଅଭିଯୁକ୍ତକୁ ଗିରଫ କରିଛି।

ହଜିଗଲା ମାନବିକତା : ଭୋଗଥାଳିରୁ ସେଓ ଖାଇଦେବାରୁ ୬ ବର୍ଷର ଛାତ୍ରକୁ ହତ୍ୟା

ପାଟନା : ବିହାରରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଗୟା ଜିଲ୍ଲାର ଏକ  ଆବାସିକ ବିଦ୍ୟାଳୟରେ ପୂଜାପାଠ ସମୟରେ ଦେବୀ ଦୁର୍ଗାଙ୍କୁ ଉତ୍ସର୍ଗ କରିବା ପାଇଁ ରଖାଯାଇଥିବା ଭୋଗଥାଳିରୁ ଏକ ସେଓ ଖାଇଦେବାରୁ ଜଣେ ୬ ବର୍ଷୀୟ ଛାତ୍ରଙ୍କୁ ନିସ୍ତୁକ ମାଡ଼ ଦିଆଯାଇଥିଲା । ଫଳରେ ଛାତ୍ର ଜଣଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଏ ସମ୍ପର୍କରେ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାଟି ମଙ୍ଗଳବାର ଦିନ ଘଟିଥିବାବେଳେ ପୋଲିସ କୁ ସୁକ୍ରବାର ଦିନ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା । ଏହି ଘଟଣାରେ ଗୟା ପୋଲିସ ଦମ୍ପତିଙ୍କୁ ଗିରଫ କରିଥିଲା, ଯେଉଁମାନେ ଗୟା(Gaya)ର ୱାଜିରଗଞ୍ଜ ବ୍ଲକ(Wazirganj block) ଅନ୍ତର୍ଗତ ବାକି ବିଘା(Baki Bigha)ଗ୍ରାମରେ ଲିଟିଲ୍ ଲିଡର୍ସ ପବ୍ଲିକ୍ ସ୍କୁଲ୍(Little Leaders Public School) ନାମକ ଏକ ଆବାସିକ ବିଦ୍ୟାଳୟ(residential school ) ଚଳାଉଥିଲେ।

ପୀଡିତ ଶିଶୁ ବିବେକ(Vivek)ର ଜେଜେ ରାମ ବାଲକ ପ୍ରସାଦ(Ram Balak Prasad) ପୋଲିସକୁ ଦେଇଥିବା ବିବୃତ୍ତିରେ କହିଛନ୍ତି: “ବିଦ୍ୟାଳୟ ପରିସରରେ ଦୁର୍ଗା ପୂଜା ଆୟୋଜନ କରାଯାଇଥିଲା। ଏକ ଟେବୁଲ ଉପରେ କିଛି ଫଳ (ପ୍ରସାଦ) ଥିଲା ଏବଂ ବିବେକ ଏଥିରୁ ଏକ ସେଓ ଉଠାଇ ଖାଇଦେଇଥିଲା । ଏହି ଘଟଣା ପରେ ବିଦ୍ୟାଳୟର ମାଲିକ ବିବେକଙ୍କୁ ଏକ କୋଠରୀରେ ବନ୍ଦ କରିରଖି ତାକୁ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ। ଶାରୀରିକ ନିର୍ଯାତନା ଦେବା ପରେ ସେମାନେ ତାକୁ ଘର ବାହାରେ ଫିଙ୍ଗି ଦେଇଥିଲେ। ”

“ମୋ ନାତି ବିଦ୍ୟାଳୟର ଫାଟକ ବାହାରେ ଚେତାଶୂନ୍ୟ ହୋଇ ଯାଇଥିଲା । ମୋ ଗାଁର ଜଣେ ଅଟୋ ଡ୍ରାଇଭର ବିବେକକୁ ଅଚେତ ଅବସ୍ଥାରେ ଦେଖି ତାଙ୍କୁ ୱାଜିରଗଞ୍ଜ ବ୍ଲକ ଅନ୍ତର୍ଗତ ଉଖ୍ରା ଗ୍ରାମ(Ukhra village under Wazirganj block)ରେଥିବା ଆମ ଘରକୁ ଆଣି ହସ୍ତାନ୍ତର କରିଥିଲେ ।  ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଆମେ ତୁରନ୍ତ ତାକୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଗଲୁ। ତାର ଅବସ୍ଥାକୁ ଦେଖି ଡାକ୍ତରଖାନାର ଡାକ୍ତରମାନେ ତାଙ୍କୁ ମଗଧ ମେଡିକାଲ କଲେଜ(Magadh Medical College)କୁ ପଠାଇଥିଲେ। ତେବେ ବିବେକକୁ  ମେଡିକାଲ କଲେଜକୁ ନେବା ବାଟରେ ହିଁ ତାର ମୃତ୍ୟୁ ହୋଇଥିଲା ବୋଲି  ପ୍ରସାଦ କହିଛନ୍ତି।

ପ୍ରସାଦ କହିଛନ୍ତି ଯେ, ବିବେକ ତାର ଦୁଃଖଦ ଘଟଣା ବିଷୟରେ ବର୍ଣ୍ଣନା କରିଥିଲା ଏବଂ ଆମକୁ କହିଥିଲା ଯେ ବିକାଶ ସିଂ ଏବଂ ତାଙ୍କ ପତ୍ନୀ ତାର ଛାତିରେ ମାଡ଼ ମାରିଥିଲେ ।

ୱାଜିରଗଞ୍ଜର SHO ରାମ ଏକବାଲ ଯାଦବ(Ram Ekbal Yadav) କହିଛନ୍ତି: “ଆମେ ଏକ ଏଫଆଇଆର(FIR) ପଞ୍ଜୀକୃତ କରି ଅଭିଯୁକ୍ତଙ୍କୁ ଗିରଫ କରିଛୁ। ମୃତକଙ୍କ ପରିବାର ସଦସ୍ୟ ଦାବି କରିଛନ୍ତି ଯେ ଛାତ୍ର ବିବେକ ଲିଟିଲ୍ ଲିଡର୍ସ ପବ୍ଲିକ୍ ସ୍କୁଲରେ ପଢ଼ୁଥିଲା ଏବଂ ସେଠାରେ ହଷ୍ଟେଲରେ ରହୁଥିଲା । ତାକୁ ବିଦ୍ୟାଳୟର ମାଲିକ  ବିକାଶ ସିଂ ଏବଂ ତାର ପତ୍ନୀ ଅତି ନିର୍ମମ ଭାବେ ଆକ୍ରମଣ କରିଥିଲେ। ରହସ୍ୟମୟ ଅବସ୍ଥାରେ ପୀଡିତଙ୍କର ମୃତ୍ୟୁ ଘଟିଛି। ଆମେ ଘଟଣାର ତଦନ୍ତ କରୁଛୁ। ” ଯାଦବ ଏକଥା ମଧ୍ୟ କହିଛନ୍ତି ଯେ, ପୋଷ୍ଟମର୍ଟମ ଏବଂ ଭିସେରା ରିପୋର୍ଟ ଆସିବା ପରେହିଁ  ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ତେବେ ବାଳକଟିର ମୃତ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ।