Sunday Remedy: ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ରବିବାର ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ । ଯଦି ଆପଣ ମଧ୍ୟ ଜୀବନରେ ଧନ ଓ ଖ୍ୟାତି ପାଇବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଏହିସବୁ ଉପାୟ କରନ୍ତୁ।
Trending Photos
Sunday Remedy: ଜାତକରେ ଗ୍ରହ ମାନଙ୍କର ସ୍ଥିତିକୁ ନେଇ ମଣିଷ ଜୀବନରେ ଶୁଭ ଓ ଅଶୁଭ ଫଳାଫଳ ଦେଖିବାକୁ ମିଳିଥାଏ । ଏମିତି କି, ଜାତକର ଖରାପ ପ୍ରଭାବ ହେତୁ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସାମ୍ନା ହେବାକୁ ପଡି଼ଥାଏ । ସନାତନ ଧର୍ମରେ ସୂର୍ଯ୍ୟ ଦେବଙ୍କୁ ଏକମାତ୍ର ବିଦ୍ୟମାନ ଦେବତା ଭାବରେ ବିବେଚନା କରାଯାଇଛି। ଯେଉଁ ବ୍ୟକ୍ତିର ରାଶିରେ ସୂର୍ଯ୍ୟଙ୍କ ସ୍ଥିତି ସୁଦୃଢ ଥାଏ ସେହି ବ୍ୟକ୍ତିର ଜୀବନରେ ସୁଖ, ଶାନ୍ତି ଓ ଧନ ଓ ଖାତି ବୃଦ୍ଧି ପାଇଥାଏ । ସେହିପରି ରାଶିରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଦୁର୍ବଳ ଥିଲେ ବ୍ୟକ୍ତିକୁ ତା ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ରବିବାର ଦିନ ଏହି ଉପାୟ କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ରବିବାର ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ । ଯଦି ଆପଣ ମଧ୍ୟ ଜୀବନରେ ଧନ ଓ ଖ୍ୟାତି ପାଇବାକୁ ଚାହୁଁଛନ୍ତି, ତେବେ ରବିବାର ଦିନ ଏହିସବୁ ଉପାୟ କରନ୍ତୁ।
ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସେ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ଏହି ଦିନ ସକାଳୁ ଉଠି “ଓମ୍ ସୂର୍ଯ୍ୟୟା ନମଃ, ଓମ୍ ଆଦିତ୍ୟାୟ ନମଃ :ଓମ୍ ନାମୋ ଭାସ୍କର ନମଃ” ଆଦି ମନ୍ତ୍ର ଜାପ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ । ମନେ ରଖନ୍ତୁ ଯେ, ସର୍ବଦା ତମ୍ବା ପାତ୍ରରେ ହିଁ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ୍ । ଏହି ପାଣିରେ ନାଲି ଫୁଲ, ଅକ୍ଷତ ଓ ମିଶ୍ରି ମିଶାଇ ଅର୍ପଣ କରିବା ଅଧିକ ଲାଭଦାୟୀ ହୋଇଥାଏ । ଏପରି କରିବା ଦ୍ବାରା ଶୁଭଫଳ ମିଳିବା ସହ ସମସ୍ୟା ଦୂର ହୋଇଥାଏ । ଜୀବନରେ ଉନ୍ନତି ଆସେ ।
Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।