Shani Uday 2023: ଶନିଙ୍କ ଉଦୟ ବଢାଇପାରେ ଏହି ୫ ରାଶିଙ୍କ ସମସ୍ୟା, ହୋଇଯାଆନ୍ତୁ ସାବଧାନ
Advertisement
Article Detail0/zeeodisha/odisha1604657

Shani Uday 2023: ଶନିଙ୍କ ଉଦୟ ବଢାଇପାରେ ଏହି ୫ ରାଶିଙ୍କ ସମସ୍ୟା, ହୋଇଯାଆନ୍ତୁ ସାବଧାନ

Shani Uday 2023: ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗ୍ରହ ଚାଳନାର ପ୍ରଭାବ ପଡ଼ିଥାଏ। ତେବେ ଆମ ଜୀବନରେ ଶନିଙ୍କର ସବୁଠାରୁ ଅଧିକ ପ୍ରଭାବ ରହିଥାଏ।ମାର୍ଚ୍ଚ ୧୦ ତାରିଖ ଶନି ପୁନଃଉଦୟ ହୋଇଥିବାରୁ ସମସ୍ତ ରାଶିଗୁଡିକ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଶନିଙ୍କ ଉଦୟ ଯୋଗୁଁ କିଛି ରାଶିଙ୍କ ଉପରେ ଏହାର ଖରାପ ପ୍ରଭାବ ରହିଥିବା ବେଳେ ଆଉ କିଛି ରାଶିଙ୍କ ପାଇଁ ଏହା ଶୁଭ ଖବର ଆଣିଦେବ। ତେବେ ଆସନ୍ତୁ ଜାଣିବା କେମିତି ରହିବ ଶନିଙ୍କ ପ୍ରଭାବ?

Shani Uday 2023: ଶନିଙ୍କ ଉଦୟ ବଢାଇପାରେ ଏହି ୫ ରାଶିଙ୍କ ସମସ୍ୟା, ହୋଇଯାଆନ୍ତୁ ସାବଧାନ

Shani Uday 2023: ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଗ୍ରହ ଚାଳନାର ପ୍ରଭାବ ପଡ଼ିଥାଏ। ମଣିଷ ଜୀବନରେ ଘଟୁଥିବା ଶୁଭ କିମ୍ବା ଅଶୁଭ ଘଟଣା ଏହି ଗ୍ରହ ଗୁଡି଼କର ଚଳନ ଉପରେ ନ୍ୟସ୍ତ ଥିବା ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ତେବେ ଆମ ଜୀବନରେ ଶନିଙ୍କର ସବୁଠାରୁ ଅଧିକ ପ୍ରଭାବ ରହିଥାଏ। ଶନିଦେବ ମନୁଷ୍ୟକୁ ତାର କର୍ମ ଅନୁସାରେ ଫଳ ପ୍ରଦାନ କରିଥାଆନ୍ତି। ଫେବୃୟାରୀ ୫ ତାରିଖ ଦିନ ଶନିଦେବ ସ୍ଥିର ଥିବା ବେଳେ ଏବେ ସେ କୁମ୍ଭରେ ରହିଛନ୍ତି। ମାର୍ଚ୍ଚ ୧୦ ତାରିଖ ଶନି ପୁନଃଉଦୟ ହୋଇଥିବାରୁ ସମସ୍ତ ରାଶିଗୁଡିକ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ। ଶନିଙ୍କ ଉଦୟ ଯୋଗୁଁ କିଛି ରାଶି ଉପରେ ଏହାର ଖରାପ ପ୍ରଭାବ ରହିଥିବା ବେଳେ ଆଉ କିଛି ରାଶିଙ୍କ ପାଇଁ ଏହା ଶୁଭ ଖବର ଆଣିଦେବ।

କେଉଁ ରାଶି ପାଇଁ ବିପଦ

ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନିଦେବଙ୍କର କୃପା ରହିଲେ ମନୁଷ୍ୟର ଉନ୍ନତି ହେବା ସହ ପରିବାରରେ ସୁଖ ସମୃଦ୍ଧି ଲାଗି ରହିଥାଏ । ସେହିପରି ତାଙ୍କ ପ୍ରକୋପରେ ମନୁଷ୍ୟ ସର୍ବହରା ହୋଇଯାଏ। ତେବେ ଶନି ଉଦୟ ହେବା ପରେ ମକର, କୁମ୍ଭ, ମୀନ, କର୍କଟ ଓ ବିଛା ରାଶି ଉପରେ ଏହାର ପ୍ରଭାବ ପଡ଼ିବ। ଜ୍ୟୋତିଷଙ୍କ କହିବା ଅନୁସାରେ, ଏହି ୫ଟି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ସମସ୍ୟା ଦେଖାଦେବ। ଏହି ରାଶିର ବ୍ୟକ୍ତି ବିଶେଷ ଏବେ ସତର୍କତା ଅବଲମ୍ବନ କରି ଚାଲିବା ଉଚିତ୍। ଖର୍ଚ୍ଚ ବଢିବା ସହ ଦୁର୍ଘଟଣାର ଯୋଗ ରହିଛି ବୋଲି ଜ୍ୟୋତିର୍ବିଦ ମାନେ କହିଛନ୍ତି।

କେଉଁ ରାଶିଙ୍କର ହେବ ଭାଗ୍ୟ ଉଦୟ

ଅନ୍ୟପକ୍ଷରେ ଶନିଙ୍କ ଉଦୟ ହେବା ପରେ କିଛି ରାଶିଙ୍କର ଭାଗ୍ୟ ଖୋଲିଯାଇଛି। ସିଂହ, ବୃଷ ଓ ଧନୁ ରାଶି ଉପରେ ଶନିଙ୍କ କୃପା ରହିଛି। ଆଗାମୀ ଦିନରେ ଏହି ତିନୋଟି ରାଶି ଉପରେ ଧନ ବର୍ଷା ହେବାର ଯୋଗ ରହିଛି। ଅଟକି ଥିବା ପଇସା ମିଳିବ। ଚାକିରି କରୁଥିବା ବ୍ୟକ୍ତିଙ୍କ ପ୍ରମୋସନ ହୋଇପାରେ ଓ ଦରମା ବୃଦ୍ଧିର ଯୋଗ ରହିଛି। ଶନିଙ୍କ ଉଦୟ ଦ୍ୱାରା ଏହି ୩ଟି ରାଶିର ବ୍ୟକ୍ତିଙ୍କର ରୋଗ ବୈରାଗ ଦୂର ହେବା ସହ ସନ୍ତାନ ପୀଡା଼ ହ୍ରାସ ହେବ।

କୁମ୍ଭ ରାଶିରେ ଶନିଙ୍କ ଉଦୟ ଯୋଗୁଁ ଦେଶର ଭିତ୍ତିଭୂମିରେ ବିକାଶ ହେବ। ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଦେଶର ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଶନିଙ୍କ ବୃଦ୍ଧି ହେତୁ ଦେଶର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ଦେଖାଯିବା ସହ ବିଭିନ୍ନ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇପାରେ। ଏହାଛଡା଼ ଦୀର୍ଘ ଦିନ ଧରି ପରିଶ୍ରମ କରୁଥିବା ବ୍ୟକ୍ତି ସୁଫଳ ପାଇବେ। ବାକି ରହିଥିବା ରାଶି ଯଥା ମେଷ, ମିଥୁନ, କନ୍ୟା ଓ ତୁଳା ଉପରେ ଏହାର ପ୍ରଭାବ ଆଂଶିକ ରହିବା ନେଇ ସୂଚନା ମିଳିଛି।

ଏହାମଧ୍ଯ ପଢନ୍ତୁ- Horoscope Today: ଆଜି ସୂର୍ଯ୍ୟଙ୍କ ପରି ଚମକିବ ଏସବୁ ରାଶିର ଭାଗ୍ୟ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର