Weekly Special Horoscope: ଆରମ୍ଭ ହେବ ନଭେମ୍ବର ନୂଆ ସପ୍ତାହ। ନଭେମ୍ବରର ତୃତୀୟ ସପ୍ତାହରେ ଏକାଧିକ ଗ୍ରହ ନିଜ ମୂଳ ରାଶି ପରିବର୍ତ୍ତନ କରିବା ସହ ୧୬ ତାରିଖରେ ସୂର୍ଯ୍ୟଦେବ କନ୍ୟା ରାଶିକୁ ଚଳନ କରିବେ। ରାହାସ ପୂର୍ଣ୍ଣିମାର ଶୁଭଯୋଗ ଏକ ଶୁଭଯୋଗ ସୃଷ୍ଟି ହେଉଛି। ଏହି ଶୁଭଯୋଗ କିଛି ରାଶିର ବ୍ୟକ୍ତିଙ୍କ ଆର୍ଥିକ ,ବ୍ୟବସାୟିକ ଓ ସ୍ବାସ୍ଥ୍ୟବସ୍ଥାରେ ପରିବର୍ତ୍ତନ ଆସିବାକୁ ଥିବା ବେଳେ ଆଉ କିଛି ରାଶିର ଲୋକଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ କିପରି ରହିବ ନୂଆ ସପ୍ତାହ?
ALSO READ: Job And Business Horoscope: ନଭେମ୍ବର ୯ରେ ଚମକିବ ୫ ରାଶିଙ୍କ ଭାଗ୍ୟ, ବ୍ୟବସାୟୀଙ୍କ ସହ ଚାକିରିଆ ହେବେ ଲାଭବାନ୍ !
ALSO READ: Shani Mangal Yuti 2024: ଏହିସବୁ ରାଶିଙ୍କ ଭାଗ୍ୟ ଖୋଲିବେ ଶନି-ମଙ୍ଗଳ, ବର୍ଷସାରା ହେବ ଧନବର୍ଷା!
କର୍କଟ: ବିଶେଷକରି, ସରକାରୀ ଚାକିରିଆମାନେ ଲାଭବାନ୍ ହେବେ। କର୍ମ କ୍ଷେତ୍ରରେ ଆୟ ବୃଦ୍ଧି ପାଇବ । ବ୍ୟାଙ୍କ୍ ବାଲାନ୍ସ ବୃଦ୍ଧି ପାଇବ। ଅଧିକ ପରିଶ୍ରମ ଦ୍ୱାରା କାର୍ଯ୍ୟ ସଫଳ ହେବ । ବନ୍ଧୁଙ୍କ ସହ ଦୂରଯାତ୍ରା କରିବେ। ପାରିବାରିକ ଜୀବନରେ କୌଣସି କାରଣରୁ ଝଡ଼ ସୃଷ୍ଟି ହେବ। ସପ୍ତାହ ମଧ୍ୟ ଭାଗରେ ଅସୁସ୍ଥତା ଅନୁଭବ କରିବେ । ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି , ସେମାନଙ୍କୁ ମନଲାଖି ଚାକିରି ମିଳିବ। ମହିଳା ମାନେ ପୂଜାର୍ଚ୍ଚନାରେ ମନୋନିବେଶ କରିବେ ।
ସିଂହ: ଆଗାମୀ ସପ୍ତାହ ଏହି ରାଶିଙ୍କ ପାଇଁ ମିଶ୍ରିତ ଫଳ ପ୍ରଦାନ କରିବ। ବ୍ୟବସାୟରେ ଲାଭ ଓ କ୍ଷତି ସମାନ୍ ରହିବ । କୈାଣସି ବ୍ୟକ୍ତିର ସାହାର୍ଯ୍ୟରେ ବ୍ୟବସାୟରେ ଆର୍ଥିକ ଲାଭ ହୋଇପାରେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ଦେଖା ଦେଇପାରେ । ମହିଳା ମାନେ ପରିବାରରେ ଚାଲିଥିବା ସ୍ଥିତିକୁ ନେଇ ଚିନ୍ତିତ ରହିବେ । ଦୂରଯାତ୍ରା ବେଳେ ସାବଧାନତା ଅବଲମ୍ବନ କରନ୍ତୁ । କମ୍ପିଟେଟିଭ୍ ଏକଜାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। କ୍ରୀଡା କ୍ଷେତ୍ରରେ ସମ୍ମାନିତ ହେବେ । ମଙ୍ଗଳ ଓ ବୁଧ ପାରିବାରିକ ଜୀବନ ଠିକ୍ ରହିବ।
କନ୍ୟା: ନୂଆସପ୍ତାହରେ କର୍ମକ୍ଷେତ୍ରରେ ଏହି ରାଶିର ଲୋକେ ଉତ୍ତମ ଫଳ ପାଇବେ। ବାଣିଜ୍ୟ-ବ୍ୟବସାୟ ବୃତ୍ତିରେ ଥିବା ଲୋକେ ବ୍ୟବସାୟରେ ଅଗ୍ରଗତି କରିବେ। କୌଣସି ବଡ଼ ଡିଲ୍ ବ୍ୟବସାୟରେ ପାଇନାଲ୍ ହୋଇପାରେ। ରିସର୍ଚ୍ଚ-ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକେ ଅତି ସହଜରେ ନିଜ ଲକ୍ଷ ହାସଲ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ଚାଲୁଥିବା ବିବାଦରୁ ନିଜକୁ ଦୂରେଇ ରଖିବା ଉଚିତ୍। ସେୟାର ବଜାରରେ ଟଙ୍କା ବିନିଯୋଗ ପାଇଁ ସମୟ ଭଲ ରହିବ। ପରିବାରର ଲୋକଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ଫଳରେ ମେଡିକାଲ ଖର୍ଚ୍ଚ ବୃଦ୍ଧି ପାଇବ। ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ। ପ୍ରେମୀମାନଙ୍କ ପାଇଁ ସମୟ ଭଲ ରହିବ ନାହିଁ। ସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ଶତ୍ରୃମାନଙ୍କ ଷଡଯନ୍ତ୍ରର ଶିକାର ହୋଇପାରନ୍ତି।
ତୁଳା: ନୂଆ ସପ୍ତାହରେ, କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିପାରେ। ବିଶେଷକରି, ଯେଉଁମାନେ ଦିର୍ଘଦିନ ଧରି ଚାକିରି ଅପେକ୍ଷାରେ ରହିଛନ୍ତି। ସେମାନଙ୍କୁ ଭଲ ସଂସ୍ଥାରୁ ନିଯୁକ୍ତି ପତ୍ର ମିଳିବ। ବ୍ୟବସାୟୀମାନଙ୍କ ପାଇଁ ଆଗାମୀ ସପ୍ତାହ ଭଲ ରହିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା। ବ୍ୟାଙ୍କିଂ ଓ ବୀମା କ୍ଷେତ୍ରରେ ଜଡିତ ଲୋକମାନେ ନିଜ ଟାର୍ଗେଟ୍ ପୂରା କରିବାରେ ସଫଳ ହେବେ। ଜମିଜମା ସମ୍ବନ୍ଧୀୟ ସମସ୍ୟା ଦେଖାଦେବ। ଛାତ୍ରଛାତ୍ରୀମାନେ ପଠନ ଲିଖନରେ ମନ ନିବେଶ କରିବେ। ପରିବାରରେ ହସଖୁସିର ମାହୋଲ୍ ରହିବ। ସ୍ବାସ୍ଥ୍ୟ ଭଲ ରହିବା କିନ୍ତୁ ପିତାମାତାଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଟେନସନ୍ ରେ ରହିବେ।
ବିଛା: ବିଛା ରାଶିର ଲୋକଙ୍କ ପାଇଁ ଆଗାମୀ ସପ୍ତାହ ଅତ୍ୟନ୍ତ ଅନୁକୂଳ ରହିବ। ଦୂରଯାତ୍ରାରୁ ଶୁଭଫଳ ପାଇବେ। ଆର୍ଥିକ ସ୍ଥିତି ମଜବୁତ୍ ହେବା। ଦିର୍ଘ ଦିନ ଧରି ଚାଲିଥିବା ସମସ୍ୟାରୁ ମୁକ୍ତି ପାଇବେ। ନୂତନ ଚାକିରି ଅଫର ମିଳିପାରେ। କୃଷକ, ଆମଦାନୀ-ରପ୍ତାନୀ ବ୍ୟବସାୟୀଙ୍କ ପାଇଁ ସମୟ ଶୁଭ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବା ସହ ଛାତ୍ରଛାତ୍ରୀମାନେ ଶୁଭଫଳ ପାଇବେ। କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ପିଛା ଛାଡିବ ନାହିଁ। ଗାଡି଼ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ।
ଧନୁ: ବ୍ୟବସାୟୀ ଓ ଚାକିରିଆମାନେ ନୂଆ ସପ୍ତାହରେ ଭଲ ଫଳ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହ ଦରମାରେ ବୃଦ୍ଧି ହେବ। ଚାକିରି ବଦଳାଇବାକୁ ଚାହୁଁଥିବା ଲୋକେ ଏହି ସମୟରେ ଚାକିରି ବଦଳାଇବା ପାଇଁ ସମୟ ଭଲ ରହିବ। ସପ୍ତାହ ଆରମ୍ଭରୁ କୌଣସି କାର୍ଯ୍ୟ ପାଇଁ ସରକାରୀ ନୋଟିସ୍ ମିଳିପାରେ। ମାଲିମକଦ୍ଦମା ଜନିତ ମାମଲାରେ ଫସି ପାରନ୍ତି। ଅନ୍ୟମାନଙ୍କୁ ସାହାର୍ଯ୍ୟ ସହଯୋଗ କରିବାରେ ସମୟ ଅତିବାହିତ କରିବେ। ଖର୍ଚ୍ଚ ବୃଦ୍ଧି ପାଇବ। ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ସପ୍ତାହ ଶେଷ ବେଳକୁ ଆଖି ଜନିତ ସମସ୍ୟା ଦେଖାଦେଇପାରେ।
ମକର: ସପ୍ତାହ ଆରମ୍ଭରୁ କର୍ମକ୍ଷେତ୍ରର କାର୍ଯ୍ୟଭାରକୁ ନେଇ ଟେନସନରେ ରହିବେ। ମାର୍କେଟିଂ ସେକ୍ଟରରେ ଜଡି଼ତ ଥିବା ଲୋକେ ନିଜ ଟାର୍ଗେଟ୍ ପୂରଣ କରିବାରେ ସଫଳ ହେବେ। ବ୍ୟବସାୟୀମାନେ ବିଦେଶ ଯାତ୍ରା କରିପାରନ୍ତି। ଆର୍ଥିକ ନେଣଦେଣ ପାଇଁ ସମୟ ଭଲ ରହିବ। ୟୁଟ୍ୟୁବର ଓ ସୋସିଆଲ୍ ମିଡିଆରେ କାର୍ଯ୍ୟ କରୁଥିବା ଲୋକେ କୌଣସି ସ୍ଥାନରୁ ଅର୍ଥ ଲାଭ କରିପାରନ୍ତି । ପଡୋଶୀମାନଙ୍କ ସହିତ କୌଣସି କଥାକୁ ନେଇ ବିବାଦ ସୃଷ୍ଟି ହେବ। ସପ୍ତାହ ଶେଷ ବେଳକୁ ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଖରାପ୍ ରହିବ। ନିଜ ସାଥୀଙ୍କ ସହ କୌଣସି କଥାକୁ ନେଇ କହଳ ହୋଇପାରେ। ତେଣୁ ସାଥୀଙ୍କ ସହ କଥାବାର୍ତ୍ତା କଲାବେଳେ ସତର୍କତା ଅବଲମ୍ବନ କରନ୍ତୁ।
କୁମ୍ଭ: ଆସନ୍ତା ସପ୍ତାହର ଏହି ରାଶିଙ୍କ ବ୍ୟକ୍ତି ବିଶେଷଙ୍କ ପାଇଁ ଫଳଦାୟୀ ରହିବ। ବିଶେଷକରି, ଆଇଟି ଓ ରିସର୍ଚ୍ଚ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ବେଶ୍ ଶୁଭ ରହିବ। କର୍ମକ୍ଷେତ୍ରରେ ନୂତନ ଜ୍ଞାନ କୌଶଳ ବ୍ୟବହାର କରି ସଫଳତା ହାସଲ କରିବେ। ନିଜ କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ ନଚେତ୍ ପତ୍ନୀଙ୍କ ସହିତ ବିବାଦ ଦେଖାଦେଇପାରେ। ସେୟାର ବଜାର ଟଙ୍କା ବିନିଯୋଗ କଲେ ଭଲ ଲାଭ ପାଇବେ। ମାନ-ସମ୍ନାନ ବୃଦ୍ଧି ପାଇବ। ପ୍ରେମୀ ମାନଙ୍କ ପାଇଁ ମଧ୍ୟ ଭଲ ରହିବ। ନିଜ ସାଥୀଙ୍କ ଜନ୍ମଦିନ ବେଶ୍ ଧୁମଧାମ ରେ ପାଳନ କରିବେ।
ମୀନ: ନୂଆ ସପ୍ତାହ ଏହି ରାଶିଙ୍କ ପାଇଁ ବେଶ୍ ଲାଭଦାୟୀ ରହିବ। ଦିର୍ଘ ଦିନର ଆଶା ପୂରଣ ହେବ। ଚାକିରି କରୁଥିବା ଲୋକଙ୍କ ଆୟରେ ବୃଦ୍ଧି ଘଟିବ। କର୍ମକ୍ଷେତ୍ରରେ କୌଣସି ପ୍ରଭାବଶାଳୀ ବ୍ୟକ୍ତି ସମସ୍ୟାର ସମାଧାନ କରିବେ। ଗାଡ଼ି କିଣିବାକୁ ଯୋଜନା କରୁଥିଲେ ତାହା ସଫଳ ହେବେ। ସପ୍ତାହର ମଧ୍ୟ ଭାଗରେ ବ୍ୟବସାୟୀମାନ କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରିପାରନ୍ତି। ଲଭ ପାର୍ଟନର ସହ କ୍ୱାଲିଟି ସମୟ ବିତାଇବେ।
(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)
ट्रेन्डिंग फोटोज़