Advertisement
Photo Details/zeeodisha/odisha2466739
photoDetails0hindi

Shani Shukra Yuti 2024: ଶନି-ଶୁକ୍ରଙ୍କ କୃପାରୁ ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ଚାକିରିରେ ହେବ ପଦୋନ୍ନତି ସାଙ୍ଗକୁ କିଣିବେ ନୂଆ ଘର!

Shani Shukra Yuti 2024: ନବଗ୍ରହଙ୍କ ମଧ୍ୟରୁ ଶନିଦେବଙ୍କ ସ୍ଥାନ ବେଶ୍ ଗୁରୁତ୍ବପୂର୍ଣ୍ଣ। ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ନ୍ୟାୟର ଦେବତା ବୋଲି ବିବେଚନା କରାଯାଏ।  ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନି ବର୍ତ୍ତମାନ କୁମ୍ଭ ରାଶିରେ ଥିବା ବେଳେ ଆସନ୍ତା ୧୩ ତାରିଖ ସକାଳ ୭ଟା ୪୦ ମିନିଟ୍ ସମୟରେ ପ୍ରେମ, ସୌନ୍ଦର୍ଯ୍ୟ, ସମ୍ପର୍କ ଓ ଆନନ୍ଦର କାରକ ଶୁକ୍ର ଚଳନ କରିବେ। ଗୋଟିଏ ରାଶିରେ ଶନି-ଶୁକ୍ରଙ୍କ ମିଳନ କିଛି ରାଶିକୁ ଶୁଭଫଳ ପ୍ରଦାନ କରିବାକୁ ଥିବା ବେଳେ ଆଉ କିଛି ରାଶି ପାଇଁ ବିପଡ ଡାକି ଆଣିବ । ତେବେ, ଆସନ୍ତୁ ଜାଣିବା ଶନି-ଶୁକ୍ରଙ୍କ କୃପାରୁ କେଉଁ ରାଶିର ଲୋକେ ଶୁଭଫଳ ପାଇବାକୁ ଯାଉଛନ୍ତି।....

 

1/5

କର୍କଟ: ଶନି- ଶୁକ୍ରଙ୍କ ମିଳନ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ବିଶେଷକରି ଏହି ସମୟ ମଧ୍ୟରେ ପ୍ରେମୀମାନଙ୍କ ଲାଗି ସମୟ ବେଶ୍ ଅନୁକୂଳ ରହିବ। ନିଜ ସାଥୀଙ୍କ ସହ ଦୂରଯାତ୍ରା କରିବା ସହ ଭଲ ସମୟ ବିତେଇବେ। ବ୍ୟବସାୟରେ ଅଗ୍ରଗତି କରିବେ। ରିୟଲି-ଇଷ୍ଟେଟ୍ ରେ ଜଡିତ ଲୋକେ ନିଜ ବ୍ୟବସାୟ ବୃଦ୍ଧି କରିବେ। ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଚାକିରିଆମାନଙ୍କୁ ପଦୋନ୍ନତି ମିଳିବା ସହ ଦରମା ବଢିବ। ସ୍ବାସ୍ଥ୍ୟରେ ଉନ୍ନତି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ALSO READ: Dussehra 2024: ଦଶହରାରେ ପଡୁଛି ୨ଟି ରାଜଯୋଗ, ଏହିସବୁ ରାଶିଙ୍କ ବଦଳିବ ଭାଗ୍ୟ, ମିଳିବ ଖୁସି ଖବର ସହ...

ALSO READ: Today Horoscope: ଏହି ୫ ରାଶିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

2/5

ତୁଳା:  ଶନି-ଶୁକ୍ରଙ୍କ କୃପାରୁ ଏହି ରାଶିର ଲୋକଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି। ଦିର୍ଘ ଦିନ ଧରି ଚାଲି ରହିଥିବା ବିବାଦରୁ ମୁକ୍ତି ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଯେଉଁମାନେ ଚାକିରି ଖୋଜୁଛନ୍ତି । ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଭଲ ଚାକିରି ପାଇବେ। କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। ପ୍ରତ୍ୟକ କ୍ଷେତ୍ରରେ ଭାଗ୍ୟ ସାଥ୍ ଦେବ। ବ୍ୟବସାୟରେ ପୁଞ୍ଜି ବିନିଯୋଗ କଲେ ଅଧିକ ଟଙ୍କା ଲାଭ ପାଇବେ। କିନ୍ତୁ ଦାମ୍ପତ୍ୟ ଜୀବନ ଏତେ ଖାସ୍ ରହିବ ନାହିଁ। 

 

3/5

ବିଛା:  ଶୁକ୍ର-ଶନିଙ୍କ ଅପୂର୍ବ ମିଳନ ଏହି ରାଶିକୁ ପ୍ରତ୍ୟକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। କ୍ୟାରିୟରକୁ ନେଇ କୌଣସି ବଡ଼ ଦାୟିତ୍ବ ମିଳିବ। ବାକି ପଡିଥିବା ଟଙ୍କା ପାଇବେ। ବିଦେଶ ଯିବାର ଯୋଜନା ସଫଳ ହେବ। ଏହି ସମୟ ମଧ୍ୟରେ ନୂତନ ଗାଡି କିମ୍ବା ଘର କିଣିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ଲାଗି ସମୟ ଅନୁକୂଳ ରହିଛି। ପୌତୃକ ସମ୍ପତ୍ତିରୁ ଲାଭ ପାଇବେ। ନିଜ ପିତାମାତାଙ୍କ ସହ ଧାର୍ମିକସ୍ଥଳକୁ ଯାତ୍ରା କରିବେ। ପ୍ରେମୀମାନଙ୍କ ଲାଗି ସମୟ ଭଲ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ।

 

4/5

ମୀନ:  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ସମୟ ଆଣୁଛନ୍ତି ଶନି- ଶୁକ୍ର। କର୍ମକ୍ଷେତ୍ରରେ ଦିର୍ଘ ଦିନ ଧରି ଲାଗିରହିଥିବା ବିବାଦର ଅନ୍ତ ଘଟିବ। ବ୍ୟବସାୟୀମାନେ ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ପାଇବେ।  ସାହିତ୍ୟ, କଳା, ପ୍ରଶାସନିକ ଓ ସାମ୍ବାଦିକା କ୍ଷେତ୍ରରେ ଜଡିତ ଥିବା କର୍ମକ୍ଷେତ୍ରରେ ସମ୍ମାନୀତ ହେବେ। ରାଜନୈତିକ ବ୍ୟକ୍ତି ବିଶେଷମାନେ ଦଳ ପକ୍ଷରୁ ନୂଆ ପଦ ପାଇବେ। ପୁରୁଣା ବିନିଯୋଗରୁ ଲାଭ ମିଳିବ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ। 

 

5/5

କୁମ୍ଭ: ଶନି ଓ ଶୁକ୍ରଙ୍କ କୃପାରୁ ଏହି ରାଶିର ଭାଗ୍ୟ ଉଦୟ ହେବାକୁ ଯାଉଛି। କ୍ୟାରିୟର ଓ ବ୍ୟବସାୟରେ ବୃଦ୍ଧି ଘଟିବ। ଦୂରଯାତ୍ରା ସଫଳ ହେବ। ନିଜ ପରିବାର ସହ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ଚାକିରିରେ ପଦୋନ୍ନତି ପାଇବା ସହ ଆୟ ବଢିବ। ବ୍ୟବସାୟୀମାନେ ବଡ଼ ଡିଲ୍ ଫାଇନାଲ୍ କରିବେ। ପୁରୁଣା ରୋଗରୁ ମୁକ୍ତି ମିଳିବା ସହ ପ୍ରେମୀମାନଙ୍କ ଲାଗି ସମୟ ଅନୁକୂଳ ରହିବ।

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ। )