Advertisement
Photo Details/zeeodisha/odisha2572018
photoDetails0hindi

Shani Budh Yuti 2024: ୨୦୨୫, ଜାନୁଆରୀ ୩ରୁ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ବର୍ଷସାରା ଶନି-ବୁଧ କରିବେ ଟଙ୍କା ବର୍ଷା

Shani Budh Yuti 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଶନି ମହାରାଜ୍ ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଥିବା ବେଳେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ ଜାନୁଆରୀ ୩ ତାରିଖ ସକାଳ ୧୦ଟା ୧୦ ମିନିଟ୍ ସମୟରେ ଗ୍ରହମାନଙ୍କ ରାଜକୁମାର ବୁଧ ସେହି ରାଶିକୁ ଚଳନ କରିବେ। ଦିର୍ଘ ୩୦ ବର୍ଷ ପରେ ଶନି-ବୁଧଙ୍କ ଗୋଟିଏ ରାଶିରେ ମିଳନ ଦୁର୍ଲଭ ସଂଯୋଗ ବା ଶନି-ବୁଧ ୟୁତି ଯୋଗ ସୃଷ୍ଟି କରୁଛି। ଏହି ଯୋଗ କିଛି ରାଶି ପାଇଁ ବେଶ୍ ଶୁଭଫଳ ପ୍ରଦାନ କରିବାକୁ ଯାଉଛି। ଯଦି ଜାତରରେ ଶନି-ବୁଧଙ୍କ ସ୍ଥିତି ମଜବୁତ୍ ରୁହେ,ବ୍ୟକ୍ତି ଜୀବନରେ ଧନୀ ହେବା ସହିତ ବାଣିଜ୍ୟ-ବ୍ୟବସାୟରେ ଅଗ୍ରଗତି କରିବା ସହିତ କ୍ୟାରିୟରରେ ଅଭୁତ ପୂର୍ବ ସଫଳତା ହାସଲ କରିଥାଏ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ଜାନୁଆରୀ ରେ ଖୋଲିବାକୁ ଯାଉଛି।...

1/5

ମେଷ: ଶନି- ବୁଧଙ୍କ ମିଳନ ଏହି ରାଶି ପାଇଁ ବେଶ୍ ଫଳଦାୟୀ ରହିବ। ବିଶେଷକରି, ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତି ମଜବୁତ୍ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଯେଉଁମାନେ ବିଦେଶରେ ବାଣିଜ୍ୟ-ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। ସେମାନେଙ୍କ ଯୋଜନା ସଫଳ ହେବ।  ବ୍ୟବସାୟରେ ଲାଗିଥିବା ମାନ୍ଦାବସ୍ଥା ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମା ବଢିବ। ପରିବାର ଲୋକଙ୍କ ସହିତ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ। ଆୟର ନୂତନ ଉତ୍ସ ଖୋଲିବ। ଯେଉଁମାନେ କୌଣସି ସଂସ୍ଥା ବା ସେୟାର ମାର୍କେଟ୍ ରେ ଟଙ୍କା ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଜଣେ ବିଶେଷଜ୍ଞଙ୍କ ପରାମର୍ଶ ନେଇ ବିନିଯୋଗ କରନ୍ତୁ ଭଲ ରିଟର୍ଣ୍ଣ ପାଇବେ। ପୁରୁଣା ରୋଗରୁ ମୁକ୍ତି ପାଇବେ।

ALSO READ: Today Horoscope: ଏହିସବୁ ରାଶିଙ୍କ ପାଇଁ ମଙ୍ଗଳମୟ ରହିବ ମଙ୍ଗଳବାର, ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀ ପାଇବେ ଖୁସି ଖବର!

ALSO READ: Weather Update: ଲଘୁଚାପ ପ୍ରଭାବର ପୁଣି ବର୍ଷା ସମ୍ଭାବନା, ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବା ନେଇ ଆଲର୍ଟ ଜାରି

 

2/5

ମକର:  ଶନି-ବୁଧଙ୍କ କୃପାରୁ ମାଲାମାଲ୍ ହେବେ ଏହି ରାଶିର ଲୋକେ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ବଦଳିବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ ଭଲ ଚାକିରି ମିଳିବ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦ ଦୂର ହେବ।  କଠିନ ପରିଶ୍ରମର ଫଳ ପାଇବେ। ବ୍ୟବସାୟୀଙ୍କର ବ୍ୟବସାୟରେ ଲାଗି ରହିଥିବା ଅସ୍ଥିରତା ଦୂର ହେବ। ଆଣିଥିବା ଋଣକୁ ସୁଝିବାରେ ସଫଳ ହେବେ। କାର୍ କିଣିବାର ସ୍ବପ୍ନ ସାକାର ହେବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ । ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।  ବାଣିଜ୍ୟ -ବ୍ୟବସାୟରେ ଲାଭ ଦ୍ବି-ଗୁଣିତ ବଢିବା ସହ ଗ୍ରାହକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ବ୍ୟବସାୟୀମାନେ ନୂଆ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କରି ପ୍ରଚୁର ଲାଭ ପାଇବେ। ପରିବାର ସହ ଦୂରଯାତ୍ରା କରିବେ।  ପ୍ରେମୀମାନେ ନିଜ ସାଥୀଙ୍କ ସହ ଦୂରଯାତ୍ରା କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

 

3/5

କୁମ୍ଭ:  ବର୍ଷ ୨୦୨୫ରେ କୁମ୍ଭ ରାଶିଙ୍କ ଉପରେ ଶନି-ବୁଧଙ୍କ ବିଶେଷ ଆର୍ଶିବାଦ ରହିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଖାସ୍ ରହିବ। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଚେଷ୍ଟା ଜାରି ରଖନ୍ତୁ,ସଫଳତା ପାଇବେ।  କର୍ମକ୍ଷେତ୍ରରେ ବଡ଼଼ ଦାୟିତ୍ବ ମିଳିବ। ଆୟରେ ବୃଦ୍ଧି ହେବା ସହିତ ଦରମା ବଢିବ।  ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ ନୂଆ ବ୍ୟବସାୟ ଆରମ୍ଭ କଲେ ଭଲ ଦ୍ବି-ପଇସା ଲାଭ ପାଇବେ। ପୁରୁଣା ବିନିଯୋଗରୁ ଅଧିକ ଲାଭ ପାଇବେ।  ଦିର୍ଘ ଦିନର ଘର କିଣିବାର ଆଶା ପୂରଣ ହେବ। ଯେଉଁ ଛାତ୍ରଛାତ୍ରୀମାନେ ବିଦେଶରେ ଉଚ୍ଚଶିକ୍ଷା ପାଇଁ ସ୍ବପ୍ନ ଦେଖୁଛନ୍ତି, ସେମାନଙ୍କ ସ୍ବପ୍ନ ସାକାର ହେବ। ପ୍ରେମ ବିବାରେ ଆସୁଥିବା ପ୍ରତିବନ୍ଧକ ଦୂର ହେବ। ପରିବାରରେ ହସ-ଖୁସିର ଲହରୀ ଦେଖିବାକୁ ମିଳିବ। ପିତାମାତାଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବେ। 

 

4/5

ବିଛା: ଶନି-ବୁଧଙ୍କ କୃପାରୁ ୨୦୨୫ରେ ସବୁଠୁ ଅଧିକ ଭାଗ୍ୟବାନ୍ ହେବେ ବିଛା ରାଶିର ବ୍ୟକ୍ତି ବିଶେଷ। କର୍ମକ୍ଷେତ୍ରରେ ସହକର୍ମୀ ଓ ବରିଷ୍ଠ ଅଧିକାରୀଙ୍କ ସମର୍ଥନ ମିଳିବ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ଫଳ ପାଇବା ସହିତ ସମ୍ମାନୀତ ହେବେ। ପାର୍ଟନରସିପ୍-ରେ ଚାଲିଥିବା ବ୍ୟବସାୟରୁ ଅଧିକ ଲାଭ ପାଇବେ।  ଦୈନିକ ଆୟରେ ବୃଦ୍ଧି ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ପରିବାରରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ। ଦିର୍ଘ ଦିନରୁ ଲାଗି ରହିଥିବା ସମସ୍ୟାରୁ ମୁକ୍ତି ମିଳିବ। ପିତାମାତାଙ୍କ ସ୍ବାସ୍ଥ୍ୟକୁ ନେଇ ଲାଗି ରହିଥିବା ସମସ୍ୟା ଦୂର ହେବ। ବାକି ପଡିଥିବା ଟଙ୍କାକୁ ପାଇବେ। ନିଜ ପିଲାମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ମିଳିବ। ନବ ବିବାହିତମାନେ ସନ୍ତାନ ପ୍ରାପ୍ତି ନେଇ ଖୁସି ଖବର ପାଇବେ।   

5/5

ସିଂହ: ଶନି-ବୁଧଙ୍କ ଆର୍ଶିବାଦ ଏହି ରାଶି ଉପରେ ରହିବ। କ୍ୟାରିୟର ଦୃଷ୍ଟିକୋଣରୁ ସମୟ ଅନୁକୂଳ ରହିବ। କ୍ୟାରିୟର ଜନିତ ଲାଗି ରହିଥିବା ସମସ୍ୟା ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଭଲ ଚାକିରି ଖୋଜୁଛନ୍ତି। ସେମାନଙ୍କ ପାଇଁ ଭଲ ସମୟ ରହିଛି। କୌଣସି ସଂସ୍ଥାରୁ ଚାକିରି ନେଇ ଫୋନ୍ କଲ ଆସିପାରେ।  ବ୍ୟବସାୟୀମାନେ ଲାଭବାନ୍ ହେବେ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟରେ ଜଡିତ ଥିବା ବ୍ୟକ୍ତି ବିଶେଷ ମାନେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂଆ ଘର କିମ୍ବା ଫ୍ଲାଟ୍ କିଣିବାର ଆଶା ପୂରଣ ହେବେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)