Advertisement
Photo Details/zeeodisha/odisha2485664
photoDetails0hindi

October 24 Financial Horoscope: ସୁଧୁରିବ ଏହି ରାଶିଙ୍କର ଆର୍ଥିକ ସ୍ଥିତି, ଜାଣନ୍ତୁ କେମିତି କଟିବ ଗୁରୁବାର?

October 24 Financial Horoscope: ଅକ୍ଟୋବର ୨୩, ଗୁରୁବାର ଦିନ ଗୁରୁ ପୁଷ୍ପ ଯୋଗର ସଂଯୋଗ ହେଉଛି । ଏହି ଶୁଭ ଯୋଗରେ ମେଷ ଓ କର୍କଟ ରାଶି ସମେତ ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ସେମାନଙ୍କୁ ସହଯୋଗ କରୁଛି ଏବଂ ସେମାନଙ୍କର ଆୟ ରେ ଯଥେଷ୍ଟ ବୃଦ୍ଧି ଘଟିବ ଏବଂ ବ୍ୟବସାୟରେ ସଫଳତା ପାଇ ସେମାନେ ଖୁସି ହେବେ । ଆପଣଙ୍କ ର ଦିନଟି ସଫଳତାରେ ପରିପୂର୍ଣ୍ଣ ରହିବ ଏବଂ ଧନ ସମ୍ବନ୍ଧୀୟ ସମସ୍ତ ଯୋଜନା ସଫଳ ହେବା ଦ୍ୱାରା ଆପଣ ଲାଭବାନ ହେବେ । ଜାଣନ୍ତୁ ଆର୍ଥିକ ରାଶିଫଳ-: 

1/5

ମେଷ ରାଶି ମେଷ ରାଶି ପାଇଁ ଦିନଟି ଲାଭରେ ପରିପୂର୍ଣ୍ଣ ରହିବ ଏବଂ ଆପଣ ସମ୍ମାନିତ ହୋଇ ଆନନ୍ଦିତ ହେବେ। ଯଦି ଆପଣ କୌଣସି ବ୍ୟକ୍ତି, ବ୍ୟାଙ୍କ କିମ୍ବା ଅନୁଷ୍ଠାନଠାରୁ ଋଣ ନେବାକୁ ଚିନ୍ତା କରୁଛନ୍ତି, ତେବେ ଏଥିରେ ଆପଣଙ୍କୁ ସଫଳତା ମିଳିବ ଏବଂ ଆପଣଙ୍କ କାର୍ଯ୍ୟ ଆଗକୁ ବଢ଼ିବ। ଯଦି ଆପଣ କାହାଠାରୁ ଟଙ୍କା ଉଧାର ନକରନ୍ତି, ତେବେ ଏହା ଆପଣଙ୍କ ପାଇଁ ଭଲ ହେବ । ପୁରୁଣା ବନ୍ଧୁଙ୍କ ସହଯୋଗ ପାଇବେ ଓ ନୂଆ ବନ୍ଧୁ ମଧ୍ୟ ସୃଷ୍ଟି ହେବେ। ପତ୍ନୀଙ୍କ ପକ୍ଷର ଲୋକଙ୍କ ସହଯୋଗ ପାଇବେ। ରାତିର ସମୟ ଖୁସିରେ କଟିବ, ମନ ପ୍ରସନ୍ନ ରହିବ।

2/5

କର୍କଟ ରାଶି କର୍କଟ ରାଶିର ଲୋକମାନେ ଟଙ୍କା ପଇସା କ୍ଷେତ୍ରରେ ଲାଭବାନ ହେବେ ଏବଂ ଆପଣଙ୍କ ପାଇଁ ଭଲ ସମ୍ପତ୍ତି ପାଇବାର ସମ୍ଭାବନା ରହିଛି । ବ୍ୟବସାୟ କ୍ଷେତ୍ରରେ ଲାଭ ମିଳିବ ଓ ଜୀବିକା କ୍ଷେତ୍ରରେ ଉନ୍ନତି ହେବ। ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ ଏବଂ ଅଟକି ରହିଥିବା କୌଣସି କାର୍ଯ୍ୟ ସମ୍ପନ୍ନ କରି ଖୁସି ହେବେ। ଭ୍ରମଣରେ ଯିବା ଦ୍ଵାରା ଆପଣଙ୍କ ର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଏବଂ ଆପଣଙ୍କର ସମ୍ମାନ ବଢିବ । ସଂଧ୍ୟାରୁ ରାତି ପର୍ଯ୍ୟନ୍ତ କେଉଁଠି ନା କେଉଁଠି ଶୁଭ ଖବର ପାଇବେ ଓ ମନ ପ୍ରସନ୍ନ ରହିବ।

3/5

ଧନୁ ରାଶି ଧନୁ ରାଶିର ଲୋକମାନେ ଲାଭବାନ ହେବେ ଏବଂ କ୍ୟାରିୟରରେ ଭାଗ୍ୟର ସମର୍ଥନ ମିଳିବ। ସରକାର ଓ ଶାସକ ଦଳ ଲାଭବାନ ହେବେ। ଶ୍ୱଶୁରଘର ଲୋକଙ୍କଠାରୁ ଧନ ଲାଭ ହୋଇପାରେ। ସନ୍ଧ୍ୟାରୁ ରାତି ପର୍ଯ୍ୟନ୍ତ ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଆପଣଙ୍କ ପରିବାରରେ ସୁଖ ସମୃଦ୍ଧିର ସମ୍ଭାବନା ରହିବ ଏବଂ ଅଫିସ ଲୋକଙ୍କ ଠାରୁ ପ୍ରଶଂସା ପାଇବେ । ଦୂରଯାତ୍ରା କରିପାରନ୍ତି। ସପିଂ ଓ ମୁଭିରେ ଅଧିକ ଟଙ୍କା ଖର୍ଚ୍ଚ ହୋଇପାରେ।

 

4/5

କୁମ୍ଭ ରାଶି କୁମ୍ଭ ରାଶିପାଇଁ ହଠାତ୍ କିଛି ବଡ଼ ଖର୍ଚ୍ଚ ଆସିପାରେ, ତେଣୁ ପ୍ରସ୍ତୁତ ରୁହନ୍ତୁ। ଧାଁ ଦୌଡ଼ ଓ ଖର୍ଚ୍ଚର ସମ୍ମୁଖୀନ ହେବାକୁ ପଡ଼ିପାରେ। କୌଣସି ସମ୍ପତ୍ତି ର ବିକ୍ରି ଓ କ୍ରୟରୁ ଲାଭବାନ ହେବେ। ଆଇନଗତ ଦିଗକୁ ଗମ୍ଭୀରତାର ସହ ବିଚାର କରନ୍ତୁ। ସନ୍ଧ୍ୟା ବେଳକୁ ଜୀବନସାଥୀଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ, କିନ୍ତୁ ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ। ଆପଣଙ୍କ ପାଇଁ ଉନ୍ନତିର ସମ୍ଭାବନା ଅଛି ଏବଂ ଆପଣଙ୍କ ଯୋଜନା ସଫଳ ହେବ । 

5/5

ମକର ରାଶି ମକର ରାଶିର ଲୋକମାନେ କ୍ୟାରିୟର କ୍ଷେତ୍ରରେ ଲାଭବାନ ହେବେ ଏବଂ ଆପଣଙ୍କ ପ୍ରତିଷ୍ଠା ବୃଦ୍ଧି ହେତୁ ମନ ବହୁତ ଖୁସି ରହିବ । ଆପଣଙ୍କୁ ଭଲ ଧନ ପ୍ରାପ୍ତି ହେବ ଏବଂ ଭାଗ୍ୟ ପ୍ରାପ୍ତି ହେବ । ଧନ, କର୍ମ, ଖ୍ୟାତି ବୃଦ୍ଧି ପାଇବ ଓ ଶତ୍ରୁ ଚିନ୍ତା ଦମନ ହେବ। ଆପଣଙ୍କ ଘରେ ସୁଃଖଦ ପରିବର୍ତ୍ତନ ହେତୁ ସଫଳତା ପ୍ରାପ୍ତି ହେବ ଏବଂ ମନ ବହୁତ ଖୁସି ରହିବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।