Advertisement
Photo Details/zeeodisha/odisha2484334
photoDetails0hindi

Kartik Suklapaksha Ekadashi Horoscope: କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀରୁ ଚମକିବେ ଏହି ୩ ରାଶି

ଧନତେରାସ ପୂର୍ବରୁ ଶୁକ୍ର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଧନତେରାସ ପୂର୍ବରୁ ୨୭ ଅକ୍ଟୋବର ଭୋର ୧ଟା ବାଜି ୧୫ ମିନିଟରେ ଶୁକ୍ର ଜ୍ୟୋଷ୍ଠା ନକ୍ଷତ୍ରରେ ପ୍ରବେଶ କରିବେଶ ସେହିପରି ୭ ନଭେମ୍ବର ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ଅବସ୍ଥାନ କରିବେ। ଶୁକ୍ରଙ୍କର ଏହି ନକ୍ଷତ୍ର ପରିବର୍ତ୍ତନ ଫଳରେ ୩ ରାଶିଙ୍କ ପାଇଁ ବହୁତ ଶୁଭ ହେବାକୁ ଯାଉଛି। ଏହି ରାଶି ଗୁଡ଼ିକୁ ଖୁବ ଧନଲାଭ କରିବେ। ପ୍ରତିଟି କ୍ଷେତ୍ରରେ ସଫଳତା ମିଳିବାକୁ ଯାଉଛି। 

1/3

ସିଂହ ରାଶି ଶୁକ୍ରଙ୍କର ଏହି ପରିବର୍ତ୍ତନ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ହେବାକୁ ଯାଉଛି। ଜୀବନରେ ସୁଖ ସୁବିଧା ବୃଦ୍ଧି ହେବାକୁଯାଉଛି। କ୍ୟାରିୟର ମାମଲାରେ ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ। ଏହା ସହିତ ବିଦେଶ ଯାତ୍ରା ଯୋଗ ରହିଛି। ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ନିବେଶରୁ ମୋଟା ଅଙ୍କର ଲାଭ ମିଳିବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ରହିଛି। 

2/3

କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁକ୍ରଙ୍କର ନକ୍ଷତ୍ର ପରିବର୍ତ୍ତନ ଶୁଭ ଖବର ଆଣିଦେବ। କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ ମିଳିବ। ଆୟର ନୂତନ ପନ୍ଥା ଖୋଲିବ। ଧନଲାଭ ଯୋଗ ରହିଛି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦାମ୍ପତ୍ୟ ଜୀବନରେ ଚାଲିଥିବା ସମସ୍ୟା ଦୂର ହେବ। ଚିନ୍ତାମୁକ୍ତ ରହିବେ। ପୁରୁଣା ରୋଗରୁ ମୁକ୍ତି ମିଳିବ। 

3/3

ମକର ରାଶି ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଶୁକ୍ରଙ୍କର ନକ୍ଷତ୍ର ପରିବର୍ତ୍ତନ ସମସ୍ତ କ୍ଷେତ୍ରରେ ସଫଳତା ଆଣିଦେବ। ଚାକିରିଆମାନଙ୍କର ଦରମା ବୃଦ୍ଧି ହେବାର ସମ୍ଭାବନା ରହିଛି। ଏହା ସହିତ ପଦୋନ୍ନତିର ଯୋଗ ମଧ୍ୟ ରହିଛି। ବ୍ୟବସାୟୀମାନେ ମୋଟା ଅଙ୍କର ଲାଭ କମାଇବେ। ବଡ଼ ଡିଲ ମଧ୍ୟ ମିଳିପାରେ। ମନମୁତାବକ ଚାକିରି ମଧ୍ୟ ମିଳିପାରେ। ବିଦେଶଗସ୍ତର ଯୋଗ ରହିଛି। ପ୍ରେମ ସମ୍ପର୍କ ମଜବୁତ ହେବ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।