Shyam Benegal Dies At 90: ଆଉ ନାହାଁନ୍ତି ଲୋକପ୍ରିୟ ଫିଲ୍ମ ନିର୍ଦ୍ଦେଶକ ଶ୍ୟାମ ବେନେଗଲ। ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ଗତ କିଛି ଦିନ ହେବ ସେ କୀଡନି ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ମୁମ୍ବାଇର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। ସମାନ୍ତରଳ ହିନ୍ଦୀ ସିନେମା ପାଇଁ ଶ୍ୟାମ ବେନେଗଲ ଅଧିକ ପରିଚିତ ଥିଲେ। ତେବେ, ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଖାସ୍ କଥା...
ଶ୍ୟାମ ବେନେଗଲ, ଭାରତୀୟ ସିନେମା ଜଗତର ଜଣାଶୁଣା ନାଁ। ୧୯୩୪ ମସିହା,ଡିସେମ୍ବର ୧୪ ତାରିଖରେ ସିକନ୍ଦରାବଦାରରେ ତାଙ୍କର ଜନ୍ମ। ପିଲାଟିବେଳୁ ନିର୍ଦ୍ଦେଶକ ହେବାର ନିଶା ତାଙ୍କୁ ଘାରିଥିଲା। ସ୍ବପ୍ନକୁ ସାକାର କରିବା ପାଇଁ ତାଙ୍କୁ ସଂଘର୍ସ ମଧ୍ୟ କରିବାକୁ ପଡିଥିଲା।
ALSO READ: Allu Arjun: ପୁଷ୍ପା-୨ ପ୍ରିମିୟର ଦଳାଚକଟା ମାମଲା, ଆଜି ହାଜର ହେବେ ଅଲ୍ଲୁ
୧୯୭୪ ମସିହାରେ ସେ ପ୍ରଥମେ ଫିଲ୍ମ ‘ଅଙ୍କୁର’ନିର୍ଦ୍ଦେଶନା ଆରମ୍ଭ କରିଥିଲେ। ସେବେଠାରୁ ସେ ପଛକୁ ଫେରି ଚାହିଁ ନଥିଲେ। ପରେ ନିଶାନ୍ତ, ମନ୍ଥନ, ଭୂମିକା, ମଣ୍ଡି ଆଦି ଫିଲ୍ମର ନିର୍ଦ୍ଦେଶନାର ଦାୟିତ୍ବ ସମ୍ଭାଳିଥିଲେ।
ସେ କେବଳ ନିର୍ଦ୍ଦେଶକ ଥିଲେ ତାହା ନୁହେଁ, ସେ ଏକା ଧାରରେ ଜଣେ ପ୍ରଯୋଜକ, ନିର୍ଦ୍ଦେଶକ ସହ କୋରିୟୋଗ୍ରାଫର ବି ଥିଲେ । କରିସ୍ମା କପୁରଙ୍କ ଅଭିନୀତ ‘ଜୁବୈଦା’ ଫିଲ୍ମର ନିର୍ଦ୍ଦେଶନା ବି ଶ୍ୟାମ ବେନେଗଲ ଦେଇଥିଲେ। ଯାହା କରିସ୍ମାଙ୍କ ଭାଗ୍ୟ ବଦଳାଇଥିଲା।
‘ମନ୍ଥନ’ ଫିଲ୍ମରୁ ସେ ଅଧିକ ଲୋକପ୍ରିୟକା ସାଉଁଟିଥିଲେ। ଏହି ଫିଲ୍ମ ଦୁଗ୍ଧ ଚାଷୀଙ୍କ ଆନ୍ଦୋଳନ ଉପରେ ଆଧାରିତ ଥିଲା। ଏହାସହ ଅନେକ କଳାକାରଙ୍କୁ ମଧ୍ୟ ସେ ତିଆରି କରିଛନ୍ତି। ସେମାନେ ହେଲେ ନାସିରୁଦ୍ଦିନ ଶାହ, ଓମ ପୁରୀ, ଅମରେଶ ପୁରୀ, ସାବନା ଆଜମୀ ଓ ସ୍ମିତା ପାଟିଲ ଭଳି ବିଶିଷ୍ଟ କଳାକାର।
ଏହାସହ ସେ ୧୮ଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ଫାଲକେ ସମ୍ମାନରେ ସମ୍ମାନିତ ହୋଇଥିଲେ।
ट्रेन्डिंग फोटोज़