Ashwin And Prerna Marriage:ପଡି଼ଲା ହାତଗଣ୍ଠି, ଅଭିନେତା ଅଶ୍ୱିନଙ୍କ ସାତ ଜନ୍ମର ସାଥୀ ହେଲେ ପ୍ରେରଣା
Advertisement
Article Detail0/zeeodisha/odisha1478800

Ashwin And Prerna Marriage:ପଡି଼ଲା ହାତଗଣ୍ଠି, ଅଭିନେତା ଅଶ୍ୱିନଙ୍କ ସାତ ଜନ୍ମର ସାଥୀ ହେଲେ ପ୍ରେରଣା

Ashwin Tripathy Marriage: ଅନ୍ୟକୁ ଲଭ୍ ର ଟିପ୍ସ ଦେଉଥିବା ଲଭ୍ ଗୁରୁ ନିଜ ଲଭରେ ସଫଳତା ହାସଲ କରିଛନ୍ତି । ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କେବଳ ସିନେମା ନୁହେଁ ଆଲବମରେ ମଧ୍ୟ ନିଜର ପରାକାଷ୍ଠା ଦେଖାଇଛନ୍ତି ଅଶ୍ୱିନ। ନିର୍ବନ୍ଧ ପର୍ଯ୍ୟନ୍ତ ନିଜର ପ୍ରେମ ସମ୍ପର୍କକୁ ଲୁଚାଇ ରଖିଥିଲେ ଏହି ପ୍ରେମପକ୍ଷୀ। 

Ashwin And Prerna Marriage:ପଡି଼ଲା ହାତଗଣ୍ଠି, ଅଭିନେତା ଅଶ୍ୱିନଙ୍କ ସାତ ଜନ୍ମର ସାଥୀ ହେଲେ ପ୍ରେରଣା

Ashwin And Prerna Marriage: ପ୍ରଥମେ ବନ୍ଧୁତା, ବନ୍ଧୁତାରୁ ପ୍ରେମ, ଆଉ ପ୍ରେମରୁ ବିବାହ । ଓଡ଼ିଆ ଟିଭି ତଥା ସିନେ ଜଗତର ଦୁଇଜଣ ପରିଚିତ ଚେହେରା ଅଶ୍ୱିନ ଓ ପ୍ରେରଣାଙ୍କର ସଫଳ ପ୍ରେମ କାହାଣୀରେ ଆଜି ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଅନ୍ୟକୁ ଲଭ୍ ର ଟିପ୍ସ ଦେଉଥିବା ଲଭ୍ ଗୁରୁ ନିଜ ଲଭରେ ସଫଳତା ହାସଲ କରିଛନ୍ତି । ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରଥମେ ଉପସ୍ଥାପନା ମାଧ୍ୟମରେ ଟିଭି ପରଦାକୁ ଏଣ୍ଟ୍ରୀ କରିଥିଲେ ଅଶ୍ୱିନ୍, ନିଜର ମିଠା ମିଠା କଥା ମାଧ୍ୟମରେ ଖୁବ କମ୍ ଦିନରେ ଦର୍ଶକଙ୍କୁ ଅତି ନିଜର କରିନେଇଥିଲେ । 

ଅନ୍ୟପଟେ ଅଶ୍ୱିନଙ୍କ ଉପସ୍ଥାପନା ଶୈଳୀ ଟିଭିର କାର୍ଯ୍ୟକ୍ରମକୁ ମଧ୍ୟ ବେଶ୍ ସଫଳ କରିଥିଲା । ବିଭିନ୍ନ ଚ୍ୟାନେଲ ତାଙ୍କୁ ଷ୍ଟାର ଆଙ୍କର ପରି ଦେଖିବାକୁ ଚାହିଁଲେ। ଠିକ୍ ସେହିପରି ପ୍ରଥମେ ଗର୍ଲଫ୍ରେଣ୍ଡ ଓ ଏବେ ଧର୍ମପତ୍ନୀ ପ୍ରେରଣା (Prerna Pratikhya)ମଧ୍ୟ ଉପସ୍ଥାପନାରୁ ବେଶ୍ ଲୋକପ୍ରିୟ ହୋଇଥିଲେ । ପ୍ରଥମେ ଖୁବ ନିବିଡ ବନ୍ଧୁତ୍ୱର ସମ୍ପର୍କ ଗଢି ଉଠିଥିଲା । ବନ୍ଧୁତ୍ୱର ସମ୍ପର୍କ ଖୁବ କମ୍ ଦିନ ମଧ୍ୟରେ ପ୍ରେମରେ ବଦଳିଗଲା । ପରେ ଦୁହେଁ ମିଶି ଆଇଡଲ ଓଡ଼ିଶା ନାମକ ଏକ ସଂସ୍ଥା ନିର୍ମାଣ କରିଥିଲେ । ବିଜ୍ଞାପନ, ମ୍ୟୁଜିକ ଭିଡିଓ ସମେତ ଆହୁରି ଅନେକ ପ୍ରୋଜେକ୍ଟରେ ସଫଳତା ହାସଲ କଲେ । 

Also ReaD: Actress Riya Dey Marriage: ହାତକୁ ଦି ହାତ ହେଲେ ରିୟା, ଜାଣନ୍ତୁ କ'ଣ କରନ୍ତି ତାଙ୍କ ଜୀବନସାଥୀ

ଏହା ମଧ୍ୟରେ ଅଶ୍ୱିନ ମଧ୍ୟ କିଛି ସିନେମାରେ (Odia Cinema) ନିର୍ଦ୍ଦେଶନାର ଭାର ସମ୍ଭାଳି ସଫଳତା ପାଇଲେ । କେବଳ ସିନେମା ନୁହେଁ ଆଲବମରେ ମଧ୍ୟ ନିଜର ପରାକାଷ୍ଠା ଦେଖାଇଛନ୍ତି ଅଶ୍ୱିନ। ନିର୍ବନ୍ଧ ପର୍ଯ୍ୟନ୍ତ ନିଜର ପ୍ରେମ ସମ୍ପର୍କକୁ ଲୁଚାଇ ରଖିଥିଲେ ଏହି ପ୍ରେମପକ୍ଷୀ। ନିର୍ବନ୍ଧ ପରେ ହିଁ ସାଧାରଣ ଲୋକେ ଏମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ନିଶ୍ଚିତ ହୋଇଥିଲେ । ଦୁଇପକ୍ଷଙ୍କର ସହମତିରେ ଆଜି ଅଶ୍ୱିନ-ପ୍ରେରଣାଙ୍କର ବିବାହ ଉତ୍ସବ ଭୁବନେଶ୍ୱରରେ (Bhubaneswar) ଅନୁଷ୍ଠିତ ହେଉଛି । ଆସନ୍ତା ୧୧ତାରିଖରେ ଭୁବନେଶ୍ୱରର ଏକ ମଣ୍ଡପରେ ଅଶ୍ୱିନଙ୍କ ରିସେପସନ ପାର୍ଟି ମଧ୍ୟ ରହିଛି । ନିଜ ପ୍ରିୟଜନଙ୍କ ସମେତ ଓଲିଉଡର କଳାକାର, ରାଜନୈତିକ ବ୍ୟକ୍ତିବିଶେଷ, ପ୍ରତିଷ୍ଠିତ ବ୍ୟବସାୟୀ ଓ ସିନେ ସାମ୍ୱାଦିକ ତଥା ଗଣମାଧ୍ୟମର କିଛି ଆଗଧାଡ଼ିର ବ୍ୟକ୍ତିବିଶେଷମାନେ ଅଶ୍ୱିନ ଓ ପ୍ରେରଣାଙ୍କ ବିବାହ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଉଛନ୍ତି ।