Advertisement
Photo Details/zeeodisha/odisha2583179
photoDetails0hindi

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ନୂଆବର୍ଷ ପରେ ଛାତ୍ରଛାତ୍ରୀଙ୍କୁ ହାତଖର୍ଚ୍ଚ ଦେବେ ସରକାର!

Shahid Madho Singh Haath Kharcha Yojana: ରାଜ୍ୟ ସରକାର ଅନୁସୂଚିତ ଜନଜାତି ପିଲାଙ୍କ ଡ୍ରପ୍-ଆଉଟ୍ ହାର ହ୍ରାସ କରିବା ସହିତ '  ସହିଦ ମୋଧୋ ସିଂହ ହାତ ଖର୍ଚ୍ଚ ଯୋଜନା' ରେ ପରିକଳ୍ପନା କରିଛନ୍ତି।  ଆସନ୍ତା ୫ ତାରିଖରେ 'ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା' ଶୁଭାରମ୍ଭ କରାଯିବ। 

2/7
ଲୋକସେବା ଭବନରେ ନବଗଠିତ  ଜନଜାତି ଉପଦେଷ୍ଟା ପରିଷଦ ପ୍ରଥମ ବୈଠକରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା  କରି କହିଛନ୍ତି ଯେ,' ସହିଦ୍ ମାଧୋ ସିଂ ହାତଖର୍ଚ୍ଚ' ଯୋଜନାରେ  ନବମ ଓ ଏକାଦଶ ଶ୍ରେଣୀରେ ନାମଲେଖାଇଥିବା ଶିକ୍ଷାର୍ଥୀଙ୍କୁ ବାର୍ଷିକ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ। 

3/7
ସେହିପରି ସଦିଦ୍ ଲକ୍ଷ୍ମଣ ନାୟକ ରୂପାନ୍ତରୀକରଣ କାର୍ଯ୍ୟକ୍ରମ ରେ ୭୦୫ ସ୍କୁଲ୍ କୁ  ଆଦର୍ଶ ବିଦ୍ୟାଳୟରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯାଇଛି। 

4/7
ଏକ କାଳୀନ ଏହି ଟଙ୍କା ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଦିଆଯିବ ।  

5/7
ଏନେଇ ସହିଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନାର ଗାଇଡ ଲାଇନ ଜାରି ହୋଇଛି।  ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଜାରି ହୋଇଛି। 

6/7

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୋହନ ସରକାର ସହିଦ ମାଧୋ ସିଂହ ଛାତ୍ରବୃତ୍ତି ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

7/7

ଏହି ଯୋଜନା ଦ୍ବାରା ପାଖାପାଖି ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ।