Political Crime News: ଯେବେ ମନ୍ତ୍ରୀଙ୍କ ନାଁ ପଦାକୁ ଆସିଛି ସେବେ ଅଭିଯୁକ୍ତଙ୍କ ଜୀବନ ଯାଇଛି !
Advertisement
Article Detail0/zeeodisha/odisha1493889

Political Crime News: ଯେବେ ମନ୍ତ୍ରୀଙ୍କ ନାଁ ପଦାକୁ ଆସିଛି ସେବେ ଅଭିଯୁକ୍ତଙ୍କ ଜୀବନ ଯାଇଛି !

Odisha Political Crime News: କେବଳ ରାଜ୍ୟସରକାର ନୁହଁନ୍ତି ତାଙ୍କ ମନ୍ତ୍ରୀ ମାନେ ମଧ୍ୟ ଅପରାଧ ଓ ଭ୍ରଷ୍ଟାଚାରରେ ବୁଡ଼ିକି ଅଛନ୍ତି । ଏକଥା ଆମେ ନୁହେଁ ବିରୋଧୀ ମାନେ ଅଭିଯୋଗ କରିଛନ୍ତି କାରଣ ଦୁଇ ଦୁଇଟି ଏମିତି ଘଟଣା ପୁରା ରାଜ୍ୟକୁ ଦୋହଲାଇ ରଖିଛି। ରାଜ୍ୟରେ ଚର୍ଚ୍ଚାରେ ଥିବା ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ମମିତା ମେହେର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିଛି। 

Political Crime News: ଯେବେ ମନ୍ତ୍ରୀଙ୍କ ନାଁ ପଦାକୁ ଆସିଛି ସେବେ ଅଭିଯୁକ୍ତଙ୍କ ଜୀବନ ଯାଇଛି !

Political Crime News : ବହୁ ଚର୍ଚ୍ଚିତ ମହାଲିଙ୍ଗ କଲେଜ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି। ଏଥର କାରଣ ରହିଛି ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିବା ଗୋବିନ୍ଦ ସାହୁର ଆତ୍ମହତ୍ୟା। ଆଜି ସକାଳୁ ଏହି ଖବର ଗଣମାଧ୍ୟମର ହେଡଲାଇନ ପାଲଟିଛି। ଗୋବିନ୍ଦ ସାହୁ ନିଜେ ଆତ୍ମହତ୍ୟା କରିନି ବରଂ ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। କାରଣ ମମିତା ମେହେର ହତ୍ୟାକାଣ୍ଡର ଗୁଢ ରହସ୍ୟ ସବୁ ଗୋବିନ୍ଦ ଜାଣିଥିଲା। କାଳେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବଡ଼ବଡ଼ିଆଙ୍କ ନାଁ ସାମ୍ନାକୁ ଆସିଯିବ ସେଇ ଡ଼ରରେ ରାସ୍ତାରୁ ସବୁଦିନ ପାଇଁ ଗୋବିନ୍ଦକୁ ହଟାଇ ଦିଆଯାଇଥିବା ଚର୍ଚ୍ଚା ହେଉଛି । 

କେବଳ ଏତିକି ନୁହେଁ, ମମିତା ମେହେର ହତ୍ୟାକାଣ୍ଡରେ (Mamita Meher Murder) ସେତେବେଳେ ଅନେକ ଚର୍ଚ୍ଚା ଆଲୋଚନା ହୋଇଥିଲା । ସେତେବେଳେ ଏହି ହତ୍ୟାକାଣ୍ଡରେ ତତ୍କାଳିନ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ସାମିଲ ଥିଲା । ଏହାକୁ ନେଇ ରାଜ୍ୟ ସାରା ତୁମ୍ବି ତୋଫାନ ଦେଖିବାକୁ ମିଳିଥିଲା । ମମିତାଙ୍କୁ ନ୍ୟାୟ ଦେବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ। ଅନେକ ଛକାପଞ୍ଝାରେ ଗିରଫ ହୋଇଥିଲା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ । ପରେ ଥାନା, କୋର୍ଟ କଚେରୀ ମଧ୍ୟରେ ଜେଲରେ ସଜା କାଟୁଥିବା ଅଭିଯୁକ୍ତ ହଠାତ୍ ଆଜି ଆତ୍ମହତ୍ୟା କରିଛି । ଏହାକାରଣରୁ ବିରୋଧୀ କହିଛନ୍ତି ଯେ, ଗୋବିନ୍ଦ ବଡ଼ବଡ଼ିଆଙ୍କ ମୁଖା ଖୋଲିବା ପୂର୍ବରୁ ତାକୁ ରାସ୍ତାରୁ ହଟାଇ ଦିଆଯାଇଛି। ତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଛି ବୋଲି ବିରୋଧୀ କହିଛନ୍ତି । 

Also Read:  Gobinda Sahu Suicide: ମରିଗଲା ସବୁ ସତ,'ଗୋବିନ୍ଦଙ୍କୁ ଆତ୍ମହତ୍ୟା ପାଇଁ କରାଗଲା ବାଧ୍ୟ'

ଯଦି ଦେଖିବା ଖାଲି ମମିତା ହତ୍ୟାକାଣ୍ଡ ନୁହେଁ ମାହାଙ୍ଗା ଡବଲ ମର୍ଡର ଘଟଣା ବି କିଛି ଏମିତି ମୋଡ଼ ନେଇଥିଲା । ମାହାଙ୍ଗା ଡବଲ ମର୍ଡର ଓ ବିକାଶ ଜେନା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତଙ୍କର ମଧ୍ୟ ଏମିତି ସନ୍ଦେହ ଜନକ ମୃତ୍ୟୁ ଘଟିଥିଲା । ମାହାଙ୍ଗା ବ୍ଲକ ନୃତାଙ୍ଗ ପଞ୍ଚାୟତ ସରପଞ୍ଚଙ୍କ ସ୍ବାମୀ ପ୍ରଫୁଲ୍ଲ ବିଶ୍ୱାଳ ମାହାଙ୍ଗା ଡବଲ ମର୍ଡର(Mahanga Double Murder) ପରଠାରୁ ଦୀର୍ଘ ଦିନ ଧରି ଫେରାର ଥିଲେ। କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥର ବନ୍ଦାଳୋ ନିକଟରେ ନିର୍ମାଣାଧୀନ ଟୋଲପ୍ଲାଜା ପାଖରୁ ତାଙ୍କ ମୃତଦେହ ପୋଲିସ ଜବତ କରିଥିଲା। ପରେ ତାହାକୁ ବ୍ୟବଚ୍ଛେଦ ପାଇଁ କଟକ ଏସ୍‌ସିବି ମେଡିକାଲକୁ ପଠାଇଥିଲା। 

Also Read: Mamita Meher: ମମିତା ମେହେର ହତ୍ୟାକାଣ୍ଡର ଏକମାତ୍ର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଆତ୍ମହତ୍ୟା

ସେହିପରି ଅନ୍ୟପକ୍ଷରେ ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । କାରଣ ସାଲେପୁର ମାହାଙ୍ଗା ବ୍ଲକ ଅନ୍ତର୍ଗତ ନୃତାଙ୍ଗ ପଞ୍ଚାୟତର ଯଁକୋଟି ଗ୍ରାମ ରାସ୍ତାରେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ଭାଜପା ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ସଙ୍ଘବଦ୍ଧ ଭାବେ ହତ୍ୟା କରାଯାଇଥିଲା। ତେବେ ଭାଜପା ନେତା କୁଳମଣି ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା ଘଟଣାରେ ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ (Minister Pratap Jena) ବିରୋଧରେ ମାମଲା ରୁଜୁ କରାଯାଇଥିଲା। ପ୍ରଫୁଲ୍ଲ ଧରାପଡ଼ିଗଲେ କାଳେ କିଛି ରହସ୍ୟ ଜଣାପଡ଼ିଯିବ, ତେଣୁ ସେହି ଭୟରେ ତାଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରାଯାଇଛି ବୋଲି ସେତେବେଳେ ବିଜେପି ଅଭିଯୋଗ କରିଥିଲା ।