Gopal Das: ଗୋପାଳର ସବୁ ଗୁମର ଖୋଲିବ LVA, ଜାଣନ୍ତୁ କେମିତି କରାଯାଏ ଏହି LVA ଟେଷ୍ଟ
Advertisement
Article Detail0/zeeodisha/odisha1560659

Gopal Das: ଗୋପାଳର ସବୁ ଗୁମର ଖୋଲିବ LVA, ଜାଣନ୍ତୁ କେମିତି କରାଯାଏ ଏହି LVA ଟେଷ୍ଟ

Gopal Das LVA Test:  ଗୋପାଳ ଦାସର ସତ ଧରିବାକୁ ଯାଇ କ୍ରାଇମବ୍ରାଞ୍ଚ(Crime Branch) ନିଜର ଜୀ ଜାନ୍ ଲଗାଇଦେଇଛି। ହେଲେ କିଛି ମାତ୍ରାରେ ଏକଥା ବି କୁହାଯାଉଛି ଯେ, ଗୋପାଳ ପେଟରୁ ସତ ବାହାର କରିବାକୁ ଆହୁରି ଅଧିକ ସମୟ ଲାଗିପାରେ । ଖାସ୍ ସେଥିପାଇଁ ଗୋପାଳକୁ ପୁଣିଥରେ ରିମାଣ୍ଡରେ ନେଇ ଏଲଭିଏ ଟେଷ୍ଟ କରିଛି କ୍ରାଇମବ୍ରାଞ୍ଚ।

Gopal Das: ଗୋପାଳର ସବୁ ଗୁମର ଖୋଲିବ LVA, ଜାଣନ୍ତୁ କେମିତି କରାଯାଏ ଏହି LVA ଟେଷ୍ଟ

Gopal Das: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ହତ୍ୟା କରିଥିବା ଗୋପାଳ ଦାସକୁ ଗୁଡେଇ ତୁଡେଇ ପ୍ରଶ୍ନ ପଚାରୁଛି କ୍ରାଇମ ବ୍ରାଞ୍ଚ। ହେଲେ ଗୋପାଳ ଦାସ କାହିଁକି ନବ ଦାସଙ୍କୁ ହତ୍ୟା (Naba Das Murder) କଲା ଏନେଇ କିଛି ଠୋସ ପ୍ରମାଣ କ୍ରାଇମବ୍ରାଞ୍ଚ ହାତରେ ଲାଗିପାରୁନାହିଁ । ରିମାଣ୍ଡ ଅବଧି ବଢିବା ପରେ ଗୋପାଳ ଦାସକୁ ନେଇ କୌଣସି ଚରମ ଅନ୍ତିମରେ ପହଞ୍ଚିପାରୁନି କ୍ରାଇମବ୍ରାଞ୍ଚ । ନବ ଦାସଙ୍କ ହତ୍ୟା ଏକ ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡ ବୋଲି ସାଧାରଣ ଚର୍ଚ୍ଚା ହେଉଛି। ସେହିପରି ରାଜନୀତି କରିଡରରେ ମଧ୍ୟ ଏକଥା କୁହାଯାଉଛି ଯେ, ନବଙ୍କୁ ଷଡ଼ଯନ୍ତ୍ର କରାଯାଇ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପଛରେ ରାଜନୈତିକ ଓ ବ୍ୟବସାୟିକ କାରଣ ଥାଇପାରେ। 

ସେହିପରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବାକୁ ହାଇକୋର୍ଟ (High Court) ତତ୍ତ୍ଵାବଧାନରେ ଏସ ଆଇ ଟି ତଦନ୍ତ ଦାବି କରିଥିଲେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କିଛି ସୁଫଳ ମିଳିବନି ବୋଲି ମଧ୍ୟ ବିରୋଧୀ ନେତା, ବିଧାୟକ ମାନେ କହୁଛନ୍ତି । ସେହିପରି ଗୋପାଳ ଦାସର ସତ ଧରିବାକୁ ଯାଇ କ୍ରାଇମବ୍ରାଞ୍ଚ(Crime Branch) ନିଜର ଜୀ ଜାନ୍ ଲଗାଇଦେଇଛି। ହେଲେ କିଛି ମାତ୍ରାରେ ଏକଥା ବି କୁହାଯାଉଛି ଯେ, ଗୋପାଳ ପେଟରୁ ସତ ବାହାର କରିବାକୁ ଆହୁରି ଅଧିକ ସମୟ ଲାଗିପାରେ । କାରଣ ଗୋପାଳ ଘଟଣାକୁ ନେଇ ଭୂଆଁ ବୁଲାଉଛି ବୋଲି ଚର୍ଚ୍ଚା ହେଉଛି। ସେହିପରି LVA ଟେଷ୍ଟ ଜରିଆରେ ଗୋପାଳର(Gopal Das) ସତ ବାହାରକୁ ଆସିବ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ । 

ତେବେ ଚାଲନ୍ତୁ ଜାଣିବା କ'ଣ ଏହି LVA ଟେଷ୍ଟ

ଗୋପାଳ ଦାସ ଠାରୁ ତଥ୍ୟ ବାହାର କରିବାକୁ LVA ଟେଷ୍ଟ (Layered Voice Analysis) ଜରୁରୀ । ତେବେ ଏହି ଏଲଭିଏ ର ପୂରା ନାମ ହେଉଛି ଲେୟାର୍ଡ ଭଏସ ଆନାଲିସିସ୍  ବା ସ୍ତରୀୟ ସ୍ୱର ବିଶ୍ଳେଷଣ । ଅଭିଯୁକ୍ତ ରଖୁଥିବା ବୟାନ ପରେ ସ୍ୱର ବିଶ୍ଳେଷଣ କରାଯାଏ । ଫରେନସିକ୍ ସାଇନ୍ସ ଲାବ୍ରୋଟାରୀ ଦ୍ୱାରା ଏହି ପରୀକ୍ଷଣ କରାଯାଏ ।  ସତ ମିଛ ଧରିବାକୁ ଏହି ଭୟସ ଆନାଲିସିସ ଟେଷ୍ଟ କରାଯାଏ ।  ଏହି ଟେଷ୍ଟ କେବଳ ସ୍ୱର ନୁହେଁ ମାନସିକ ସ୍ଥିତିକୁ ମଧ୍ୟ ଟିକିନିଖି ପରଖିଥାଏ ।  

1- ପ୍ରଥମେ ଅଭିଯୁକ୍ତର ସ୍ୱରକୁ ରେକର୍ଡ କରାଯାଏ ।

2- ପରେ ରେକର୍ଡ ହୋଇଥିବା ସ୍ୱରକୁ ବିଶ୍ଳେଷଣ କରାଯାଏ ।

3- LVA ଟେଷ୍ଟ ହେଉଛି ଇଜ୍ରାଏଲ ଟେକନିକ୍ । 

4- ଟେଷ୍ଟ ସମୟରେ ଜଣାପଡ଼େ ଅଭିଯୁକ୍ତ ସ୍ୱରରେ କଣ ସବୁ ପରିବର୍ତ୍ତନ ଘଟୁଛି।

5-ତଦନ୍ତ ଅଧିକାରୀ ବା ଫରେନସିକ ଏକ୍ସପର୍ଟ ମାନେ ପ୍ରଶ୍ନ ପଚାରିଥାନ୍ତି ।

ତେବେ ଆଜି ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଗୋପାଳ କାହିଁକି ନବ ଦାସଙ୍କୁ ଗୁଳିକରି ହତ୍ୟା କଲା ତାହା ଜାଣିବାରେ ସକ୍ଷମ ହୋଇ ନାହିଁ। ଗୋପାଳ ଗୁଳି ମାରିଥିବା ନେଇ ସ୍ବୀକାର କରିଥିବା ସଂପର୍କରେ କ୍ରାଇମବ୍ରାଞ୍ଚ କହିଥିବା ବେଳେ ହତ୍ୟାର କାରଣ ସଂପର୍କରେ କିଛି କହି ନଥିବା ଜଣାଯାଇଛି। ଗୋପାଳକୁ ଗିରଫ କରିବା ପରେ ପ୍ରଥମ ପର୍ଯ୍ୟାୟରେ ୪ ଦିନ ରିମାଣ୍ଡ ସଂପୂର୍ଣ୍ଣ ହୋଇ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ୪ ଦିନ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଇ ତଦନ୍ତ ଜାରି ରଖିଥିବା କହିଛି। ତେବେ ଖୁବ ଶୀଘ୍ର ନବଦାସ ହତ୍ୟାକାଣ୍ଡରୁ (Naba Das Murder) ପରଦା ହଟିବା ନେଇ ଆଶା କରାଯାଉଛି। 

Also Read: Kendujhar District: ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀଙ୍କ ବିରୋଧରେ ମାମଲା ରୁଜୁ କରିବା ନିର୍ଦ୍ଦେଶ ଦେଲେ ହାଇକୋର୍ଟ, ଜାଣନ୍ତୁ କାରଣ...

Also Read: Similipal: ବିରି ମାଡ଼ରେ କୋଳଥ ଚେପା, ଦୁଇ ଜଣଙ୍କୁ ଧରିବାକୁ ଯାଇ ଫସିଲେ ୫ ତସ୍କର