Top 10 news: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Advertisement
Article Detail0/zeeodisha/odisha2663241

Top 10 news: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 news: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

Top 10 news: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
1.Kumbhamela: ମହାଶିବରାତ୍ରୀ ସହ ଶେଷ ହୋଇଛି ମହାକୁମ୍ଭ ମେଳା । ଗଙ୍ଗା ନଦୀ କୂଳରେ ୪୫ ଦିନ ଧରି ଚାଲିଥିଲା ବିଶ୍ବର ସର୍ବବୃହତ ଆଧ୍ୟାତ୍ମିକ ମେଳା। ଯେଉଁଥିରେ ବୁଡ଼ ପକାଇଛନ୍ତି ୬୬ କୋଟିରୁ ଅଧିକ ଶ୍ରଦ୍ଧାଳୁ। ସାଧୁସନ୍ଥଙ୍କଠାରୁ ନେଇ ସାଧାରଣ ଲୋକେ ତ୍ରିବେଣୀ ସଙ୍ଗମ(Tribeni Sangam)ରେ ସ୍ନାନ କରିଛନ୍ତି ।
 
2.KIIT case: ଭୁବନେଶ୍ୱର: କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡଷ୍ଟ୍ରିଆଲିଷ୍ଟ ଟେକ୍ନୋଲୋଜି ବା କିଟ ଛାତ୍ରୀ ମୃତ୍ୟୁ ମାମଲା ଦିନକୁ ଦିନ ଘନେଇବାରେ ଲାଗିଛି। ପୂର୍ବରୁ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ବରିଷ୍ଠ ଅଧିକାରୀ ମାନେ ହାଜର ହୋଇଥିଲେ। ଆଜି ପୁଣି ଥରେ ଅନୁଷ୍ଠାର ୬ ଜଣ ବରିଷ୍ଠ ଅଧିକାରୀଙ୍କୁ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହେବାକୁ ପଡ଼ିଛି। 
 
3.Trump Administration: ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର USAID କାର୍ଯ୍ୟକ୍ରମକୁ ହ୍ରାସ କରିଛନ୍ତି, ଯାହା କିଛି ଦିନ ଧରି ବିବାଦରେ ଫସି ରହିଛି। ଏବେ ଏହି କାର୍ଯ୍ୟକ୍ରମ ଅଧୀନରେ, ବିଦେଶୀ ଦେଶଗୁଡ଼ିକୁ ଆମେରିକୀୟ ସହାୟତା ପାଇଁ 90 ପ୍ରତିଶତ ଚୁକ୍ତିନାମା ସମାପ୍ତ ହୋଇଯିବ। ଟ୍ରମ୍ପ ପ୍ରଶାସନ ଏବେ 60 ବିଲିୟନ ଡଲାର ମୂଲ୍ୟର 5,800 ଚୁକ୍ତିନାମା ହ୍ରାସ କରିବ। ଏଥିରେ ବୈଦେଶିକ ବିଭାଗ ଏବଂ USAID ଦ୍ୱାରା ପ୍ରଦାନ କରାଯାଇଥିବା ବିଦେଶୀ ସହାୟତା ଅନ୍ତର୍ଭୁକ୍ତ। ଆମେରିକାର ବୈଦେଶିକ ବିଭାଗ USAID ଦ୍ୱାରା ଏକ ସମୀକ୍ଷା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହାର ଅର୍ଥ ହେଉଛି ଏବେ USAIDରେ କୌଣସି 5800 ଚୁକ୍ତି ରହିବ ନାହିଁ, ସେଗୁଡ଼ିକୁ ସମାପ୍ତ କରାଯିବ।
 
4.CBSE: ବର୍ଷରେ ଦୁଇଥର ହେବ ସିବିଏସ୍‍ଇ ୧୦ମ ଶ୍ରେଣୀ ପରୀକ୍ଷା। ଜାତୀୟ ଶିକ୍ଷା ନୀତି ଆଧାରରେ ଏହି ପରୀକ୍ଷା ନୀତି ଆସନ୍ତା ୨୦୨୬ରୁ ଲାଗୁ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଫେବୃୟାରୀ ମାସରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ’ ମାସରେ ହେବ। କୌଣସି ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ନାହିଁ। ଏହି ନୀତିକୁ ସିବିଏସ୍‍ଇ ଅନୁମୋଦନ କରିଛି। 
 
5.Weather Update: ଫେବୃଆରୀ ଶେଷ ହେବାକୁ ଗଲାଣୀ। ହେଲେ ଏ-ବେବି ରାଜ୍ୟରେ ଶୀତର ପ୍ରକୋପ ଦେଖିବାକୁ ମିଳୁନି। ବର୍ଷର ୮ ମାସ ଗରମ ପ୍ରକୋପ ଯାଉନି। ପାଣିପାଗ ବିଭାଗ ତରଫରୁ, ମିଳିଥିବା ତାଜ ସୂଚନା ଅନୁସାରେ, ଆସନ୍ତା ୨ ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବନି। କିନ୍ତୁ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ।ମାର୍ଚ୍ଚ ଆରମ୍ଭରେ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ତଳକୁ ଚାଲିଯିବ। ଆଜି ଓ ଆସନ୍ତାକାଲି ୮ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ନେଇ ସତର୍କତା ଜାରି ହୋଇଛି। ତେବେ, ସେହି ଜିଲ୍ଲା ଗୁଡିକ ହେଲା, ଢେଙ୍କାନାଳ, ଯାଜପୁର, ଗଜପତି,କଟକ, ଖୋର୍ଦ୍ଧା, ଜଗତ୍‌ସିଂହପୁର, ଭଦ୍ରକ ଓ ଗଞ୍ଜାମ। ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ସ୍ତରରେ ରହିଛି। 
 
6.ITBPରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଲିଙ୍ଗ ପରିବର୍ତ୍ତନ ପାଇଁ ଅନୁମତି ମାଗିଥିଲେ। ଏହି କ୍ଷେତ୍ରରେ କେନ୍ଦ୍ରୀୟ ସିଭିଲ୍ ସର୍ଭିସେସ୍ ନିୟମ ଏବଂ ITBP ଫୋର୍ସ ଆଇନ ଏବଂ ନିୟମ (ଯାହା ସେନା କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ) ରେ ଲିଙ୍ଗ ପରିବର୍ତ୍ତନ ସମ୍ପର୍କରେ କୌଣସି ନିୟମ ନଥିବାରୁ ମାମଲାଟିକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଯାଇଥିଲା। ସେଠାରୁ ଏହି ମାମଲାରେ ମତାମତ ଲୋଡାଯାଇଛି। ଏପରି ମାମଲା ପୂର୍ବରୁ କେବେ ଦେଖାଯାଇ ନଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟ ଏହା ଉପରେ ନିଜର ସଂକ୍ଷିପ୍ତ ବୟାନ ଦେଇଥିଲା। ଶେଷରେ ଏହି ମାମଲାକୁ ଅତିରିକ୍ତ ମହାନିର୍ଦ୍ଦେଶକ (ମେଡିକାଲ୍) CAPFଙ୍କ କୋର୍ଟରେ ରଖାଯାଇଥିଲା। ସେଠାରୁ ଉତ୍ତର ଆସିଲା ଯେ ବାହିନୀର ବିଭିନ୍ନ ପରିସ୍ଥିତି ଯୋଗୁଁ, ଲିଙ୍ଗ ପରିବର୍ତ୍ତନକୁ ଅନୁମୋଦନ କରାଯାଇପାରିବ ନାହିଁ।
 
7.New Rules From 1st March 2025: ମାର୍ଚ୍ଚ ମାସ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ପୂର୍ବରୁ ସାଧାରଣ ଲୋକଙ୍କ ସହ ଜଡିତ କିଛି ଜରୁରୀ ଖବର ସାମ୍ନାକୁ ଆସିଛି। କହିରଖୁଛୁ ଯେ ୧ ମାର୍ଚ୍ଚ ୨୦୨୫ ରୁ ଅନଲାଇନ୍ ପେମେଣ୍ଟ ପାଇଁ ବ୍ୟବହୃତ UPI ଏବଂ ସିଲିଣ୍ଡରର ମୂଲ୍ୟ ସହିତ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି। ତେବେ ଜାଣନ୍ତୁ ୧ ମାର୍ଚ୍ଚ ୨୦୨୫ ରୁ ହେବାକୁ ଥିବା ୫ଟି ପ୍ରମୁଖ ପରିବର୍ତ୍ତନ ବିଷୟରେ।
 
8.Odisha News: ଖୋର୍ଦ୍ଧା ଶିଳ୍ପାଞ୍ଚଳ କୁମାରବସ୍ତରେ ଭୟଙ୍କର ବିସ୍ଫୋରଣ। ଜାଗର ପାଇଁ ଠାକୁର ଘରେ ଥିବା ବାଣ ବିସ୍ପୋରଣ ୩ଶିଶୁ ଗୁରୁତର ଆହତ ହୋଇଛନ୍ତି। ଏଥିରେ ୧୦ବର୍ଷ, ୯ବର୍ଷ ଓ ୧୨ବର୍ଷ ର ନାବାଳକ ଓ ନାବାଳିକା ଅଛନ୍ତି। ଗୁରୁତର ମାନଙ୍କୁ ଖୋର୍ଦ୍ଧା ମେଡିକାଲ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। କେହି କେହି ବାଣ କହୁଥିବା ବେଳେ ଆଉ କେହି ଏକ ଡ୍ରମ ଭିତରେ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିବା କହୁଛନ୍ତି। ତେବେ ବାଣ କି ବୋମା ବିସ୍ଫୋରଣ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
 
9. Rohit Sharma News: ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ମୁମ୍ବାଇର ଲୋୟର ପରେଲରେ ଥିବା ନିଜର ସମ୍ପତ୍ତିକୁ ମାସିକ ୨.୬୦ ଲକ୍ଷ ଟଙ୍କା ଭଡ଼ାରେ ଦେଇଛନ୍ତି। ଏହି ସୂଚନା ପଞ୍ଜୀକରଣ ମହାନିରୀକ୍ଷକ (IGR)ଙ୍କ ୱେବସାଇଟରେ ଉପଲବ୍ଧ ସମ୍ପତ୍ତି ପଞ୍ଜୀକରଣ ଡକ୍ୟୁମେଣ୍ଟରୁ ପ୍ରାପ୍ତ ହୋଇଛି। ଯାହାକୁ ସ୍କୋୟାର ୟାର୍ଡସ୍ ଦ୍ୱାରା ସମୀକ୍ଷା କରାଯାଇଛି। ଏହି କାରବାର ଜାନୁଆରୀ ୨୦୨୫ରେ ପଞ୍ଜିକୃତ ହୋଇଥିଲା।
 
10.Champions trophy: ଚାମ୍ପିୟନ୍ସ ଟ୍ରଫି ୨୦୨୫ର ନବମ ମ୍ୟାଚ୍ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଗୁରୁବାର ଖେଳାଯିବାର ଅଛି। ତେବେ ଏହି ମ୍ୟାଚ୍ ବର୍ଷା ଯୋଗୁଁ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବର୍ଷା ଯୋଗୁଁ ମ୍ୟାଚ୍ ଠିକ୍ ସମୟରେ ଆରମ୍ଭ ହୋଇପାରିନଥିଲା। ରିପୋର୍ଟ ଲେଖାଯିବା ବେଳକୁ ଟସ୍ ମଧ୍ୟ ହୋଇନାହିଁ।