Top 10 News: ଚୁଟକୀରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2553806

Top 10 News: ଚୁଟକୀରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର

Top 10 News: ଚୁଟକୀରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର

Top 10 News: ଚୁଟକୀରେ ପଢନ୍ତୁ ବର୍ତ୍ତମାନର ୧୦ଟି ପ୍ରମୁଖ ଖବର
1.Supreme Court: ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ରାୟ ଦେବା ସମୟରେ ବୈବାହିକ କ୍ରୁରତା ଆଇନର ଅପବ୍ୟବହାରକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ମହିଳାମାନଙ୍କୁ ସେମାନଙ୍କର ବୈବାହିକ ଜୀବନରେ କ୍ରୁରତାରୁ ରକ୍ଷା କରିବା ପାଇଁ ପ୍ରସ୍ତୁତ ଆଇନର ଉଦ୍ଦେଶ୍ୟ ହେଉଛି ସେମାନଙ୍କର ଅଧିକାରର ସୁରକ୍ଷା। କିନ୍ତୁ ସାମ୍ପ୍ରତିକ ସମୟରେ ଏହି ଆଇନଗୁଡ଼ିକ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଅସ୍ତ୍ର ଭାବରେ ବ୍ୟବହୃତ ହେଉଛି।ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ସରକାର ଏବେ ସୁଦ୍ଧା ଲକ୍ଷେ ୭୭ ହଜାର ୬୮ ଜଣ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରିଛନ୍ତି। ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ ତାଲିକାରୁ ବାଦ ଦେଇଛନ୍ତି। ଖାଲି ହୋଇଥିବା ଏମାନଙ୍କ ସ୍ଥାନରେ ସମାନ ସଂଖ୍ୟକ ଯୋଗ୍ୟ ପ୍ରବାସୀ ଶ୍ରମିକଙ୍କୁ ସାମିଲ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସରକାର ଏହି କାର୍ଯ୍ୟ ହାତକୁ ନେଇଛନ୍ତି
 
2.Odisha News:ସାମ୍ବାଦିକଙ୍କ ପାଇଁ ପେନସନ୍ ବ୍ୟବସ୍ଥା କରିବା ପାଇଁ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ଆଜି ବିଧାନସଭାରେ ଦାବି କରିଛନ୍ତି। ସେ କହିଛନ୍ତି ପାଖାପାଖି ୧୭ଟି ରାଜ୍ୟରେ ପେନସନ୍ ବ୍ୟବସ୍ଥା ରହିଛି। ଏଥିସହ ସାମ୍ବାଦିକଙ୍କ ପାଇଁ ଥିବା ସ୍ବାସ୍ଥ୍ୟବୀମାରେ ପିତାମାତାଙ୍କୁ ସଂଯୋଗ କରାଯାଉ। ପୂର୍ବରୁ ୫ଲକ୍ଷ ରହିଛି ସ୍ୱାସ୍ଥ୍ୟବୀମା ରାଶି। ସାମ୍ବାଦିକଙ୍କ ପାଇଁ ପେନସନ୍ ସେବା ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି। 
 
3.Assembely: ବିଧାନସଭାର ଆସ୍କା-୪୦ ମଦକୁ ନେଇ ବିଧାୟକ ପ୍ରଶ୍ନ ଉଠାଇଛନ୍ତି। ପାଞ୍ଚ ବର୍ଷ ହେଲା କାହିଁକି ବଢିନି ଦର ବୋଲି ଲିଖିତ ପ୍ରଶ୍ନ କରିଥିଲେ ବିଧାୟକ ସରୋଜ ପାଢ଼ୀ।
 
4.Allahabad Highcourt judge: ନୂଆଦିଲ୍ଲୀ: ବିଶ୍ୱହିନ୍ଦୁ ପରିଷଦର ଆଇନ ସେଲ ସମ୍ମିଳନୀରେ ଉଦବୋଧନ ଦେଇ ଚର୍ଚ୍ଚାକୁ ଆସିଥିବା ଆହ୍ଲାବାଦ ହାଇକୋର୍ଟ ବିଚାରପତି ଶେଖର କୁମାର ଯାଦବଙ୍କ ବିରୋଧରେ 'ଅନ୍ତଃଗୃହ ତଦନ୍ତ' ପାଇଁ ଦାବି ହୋଇଛି। ସୁପ୍ରିମକୋର୍ଟଙ୍କ ମୁଖ୍ୟ ବିଚାରପତିଙ୍କ ନିକଟରୁ ଏହି ଆଦେଶ ଦାବି କରି ପତ୍ର ଲେଖିଛନ୍ତି ବିଚାର ବିଭାଗୀୟ ଦାୟିତ୍ୱବୋଧତା ଓ ସଂସ୍କାର ଅଭିଯାନ। 
 
5.Malkangiri:ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା। ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା କୁଟୁର ଥାନା ସମନପଲ୍ଲୀ ଗାଁ ନିକଟରେ ମାଓବାଦୀଙ୍କ ବର୍ବର କାଣ୍ଡ। ମୃତକ ହେଲେ ବିଜେପି କର୍ମୀ ମାଣ୍ଡେରାମ ଫୁଡିଆ। ମାଣ୍ଡେରାମଙ୍କୁ ହତ୍ୟା ପରେ ଘଟଣାସ୍ଥଳରେ ମାଓ ପୋଷ୍ଟର ଛାଡିଛନ୍ତି ମାଓବାଦୀ। 
 
6.Accident News: ସୁଦ୍ଧ ଘରକୁ ଯାଉଥିବା ବେଳେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଛି। ମୃତ୍ୟୁ ସଂଖ୍ୟା ୨ରେ ପହଞ୍ଚିଥିବା ବେଳେ, ୩୦ରୁ ଉର୍ଦ୍ଧ୍ବ ଗୁରୁତର ଆହାତ। ମୋହନା ଥାନା ଚନ୍ଦ୍ରଗିରି ନିକଟରେ ମେକ୍ସ ପିକ ଓଲୋଟି ଘଟିଛି ଦୁର୍ଘଟଣା। ଦୁଇ ଜଣ ମହିଳା, ମୃତକ ଦ୍ବୟ ହେଲେ ଚନ୍ଦ୍ରମା ଭୁଆଁ, ଓ ବାସନ୍ତୀ ଭୁଆଁ। ମୃତାହତ ସମସ୍ତ ହେଲେ ଆର ଉଦୟଗିରି ଥାନା ମଙ୍ଗରାଜପୁର ପଞ୍ଚାୟତର କେକେସିଂ ଗ୍ରାମର। ଏକ ମେକ୍ସପିକ ଭ୍ୟାନ ଯୋଗେ ସମସ୍ତେ ସୁଦ୍ଧ ହେବାକୁ ଚାନ୍ଦିପୁଟର ଘାଇବାଲି ଗ୍ରାମକୁ ଯାଉଥିଲେ। 
 
7.Parliament Winter Session 2024: ନୂଆଦିଲ୍ଲୀ: ଦୀର୍ଘ ଦିନର ବ୍ୟବଧାନ ପରେ ଆଜି ସଂସଦରେ ପ୍ରଶ୍ନକାଳ ସୁରୁଖୁରୁ ହୋଇଛି। କିନ୍ତୁ ପ୍ରଶ୍ନକାଳ ଶେଷ ପରେ ଆରମ୍ଭ ହୋଇଥିବା ଶୂନ୍ୟ କାଳରେ ଓଡ଼ିଶାର ଏକମାତ୍ର କଂଗ୍ରେସ ସାଂସଦ ଶାସକ ଦଳକୁ ପୁଣିଥରେ ଚେଙ୍ଗିଛନ୍ତି। ପ୍ରସଙ୍ଗ ରହିଛି ମାଲକାନଗିରି ଜିଲ୍ଲାରେ ପୋଲାଭରମ ଜଳ ପ୍ରକଳ୍ପର ଆଶଙ୍କିତ ବିତ୍ପାତ। ସେ କହିଛନ୍ତି ପୋଲାଭରମ ପ୍ରକଳ୍ପ ଅନେକ ଦିନ ପରେ ପୁଣି ଥରେ ଆନ୍ଧ୍ର ସରକାରଙ୍କ ଦ୍ୱାରା ସଂଗଠିତ ହୋଇଛି। ଏହାର ଫଳସ୍ୱରୂପ ମାଲକାନଗିରି ଜିଲ୍ଲାର ୧୬୨ଟି ଗାଁ ସମ୍ପୂର୍ଣ୍ଣ ଜଳମଗ୍ନ ହେବାର ଆଶଙ୍କା ରହିଛି। ଏ ପ୍ରକଳ୍ପରେ ଶିଳ୍ପପତି ଅଦାନୀଙ୍କ ହାତ ରହିଥିବାରୁ କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ସ୍ୱାର୍ଥକୁ ପଛରେ ପକାଇଛନ୍ତି। 
 
8.Ratnabhandar: ଆସନ୍ତା ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ଆରମ୍ଭ ହେବ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
 
9.Bangladeshi in Odisha: ପାରାଦୀପ ଆଦର୍ଶ ଥାନାରେ ଅଟକ ୭୮ ବାଂଲାଦେଶୀ ମତ୍ସ୍ୟଜୀବୀ।ଗତ ଡିସେମ୍ବର ୧୦ତାରିଖରେ ଦୁଇଟି ବାଂଲାଦେଶୀ ଟ୍ରଲର ଭାରତୀୟ ଜଳସୀମାରେ ପ୍ରବେଶ କରି ମାଛ ଧରୁଥିବା ସମୟରେ ୭୮ ମତ୍ସ୍ୟଜୀବୀଙ୍କ ସହ ଟ୍ରଲରକୁ ଜବତ କରିଥିଲା ଭାରତୀୟ ତଟରକ୍ଷୀ ବାହିନୀ( ଇଣ୍ଡିଆନ୍ କୋଷ୍ଟଗାର୍ଡ)।ସମସ୍ତ ମତ୍ସ୍ୟଜୀବୀ ମାନଙ୍କ ସହିତ ୨ ଟ୍ରଲରକୁ ପାରାଦୀପ ବନ୍ଦର ମଧ୍ୟକୁ ଅଣା ଯାଇଥିବା ବେଳେ ସେମାନଙ୍କର କାଗଜପତ୍ର ଯାଞ୍ଚ କରାଯାଇଥିଲା।
 
10.Odisha assembly session 2024: ନୂଆଦିଲ୍ଲୀ: ପିଡିଏସ କାର୍ଡ ଯୋଗେ ଗହମ ବଣ୍ଟନ ବ୍ୟବସ୍ଥା ଅନିଶ୍ଚିତତା ଆଡକୁ ଗତି କରୁଛି। କେନ୍ଦ୍ର ସରକାର ଗହମ ଯୋଗାଣ କରୁଥିଲେ ମଧ୍ୟ ରାଜ୍ୟ ସରକାର ଉଠାଣ ପାଇଁ ଉପଯୁକ୍ତ ପରିବହନ ଗାଡି ପାଇପାରୁନଥିବାରୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଗହମ ପହଞ୍ଚାଇବା ସଫଳ ହୋଇପାରୁନାହିଁ। ଖୋଦ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୃହକୁ ଏ ବାବଦରେ ସୂଚନା ଦେଇଛନ୍ତି।