Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ଲୋକସଭାର ଶୀତକାଳୀନ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ଦେଇଛନ୍ତି । ମୋଦୀ କହିଛନ୍ତି ଯେ, ଭାରତରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରହିଛି, ଯାହା ପାଇଁ ଆମେ ଗର୍ବିତ। ଦେଶର ସମ୍ବିଧାନର 75 ବର୍ଷର ସଫଳତା ଗୁରୁତ୍ୱପୂର୍ଣ୍ଣ । ଗଣତନ୍ତ୍ର ଆଡକୁ ଦେଶର ଯାତ୍ରା ଅସାଧାରଣ । ଅନେକ ମହାନ ବ୍ୟକ୍ତିତ୍ୱ ଭାରତର ଗଣତାନ୍ତ୍ରିକ ଭିତ୍ତିଭୂମିକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି, ସେମାନଙ୍କର ଅବଦାନ ଆମ ପାଇଁ ଅମୂଲ୍ୟ ।
Headlines 02- ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, କ୍ରୀତଦାସ ମାନସିକତା ଭାରତର ବିବିଧତାକୁ ଟାର୍ଗେଟ କରୁଥିଲା । ଏଭଳି ମାନସିକତା ଦେଶକୁ ଦୁର୍ବଳ କରୁଥିଲା । ଧାରା ୩୭୦ ଭାରତର ଏକତା ପଥରେ ବାଧକ ଥିଲା । ଭାରତର ଏକତା ରକ୍ଷା ପାଇଁ ୩୭୦କୁ ଉଚ୍ଛେଦ କଲୁ । କଂଗ୍ରେସ ନିରନ୍ତର ଭାବେ ସମ୍ବିଧାନ ପ୍ରତି ଧୋକା ଦେଇ ଆସୁଛି । ସଂରଣକ୍ଷଙ୍କୁ ଗାନ୍ଧି ପରିବାର ବିରୋଧ କରୁଥିଲେ । ନେହରୁ ମଧ୍ୟ ଏହାକୁ ବିରୋଧ କରି ଚିଠି ଲେଖିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
Headlines 03- ICUରେ ଭର୍ତ୍ତି ହୋଇଛନ୍ତି ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲର ଭର୍ତ୍ତି ହୋଇଛନ୍ତି । ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ମିଳିଛି ।
Headlines 04- ସବରକରଙ୍କ ଉପରେ ରାହୁଲ ଗାନ୍ଧିଙ୍କ ମନ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ କିରନ ରିଜିଜୁ ଟ୍ବିଟ୍ କରିଛନ୍ତି । ସମାଲୋଚନା କରି ସେ ଲେଖିଛନ୍ତି ଯେ, ୧୯୮୦ରେ ଇନ୍ଦିରା ଗାନ୍ଧି ସବରକରଙ୍କୁ ଦେଶର ବରପୁତ୍ର ଲେଖିଥିଲେ । ଏବେ କିପରି ରାହୁଲ ଗାନ୍ଧି ଭିନ୍ନ କଥା କହୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରିଜିଜୁ ।
Headlines 05- କଟକ ମଧୁ ପାଟଣା ଛକ ନିକଟରେ 'ମୋ ବସ୍'ରେ ଅଗ୍ନିକାଣ୍ଡ । ଭୁବନେଶ୍ୱରରୁ କଟକ ଫେରୁଥିବା ବେଳେ ବସରେ ନିଆଁ ଲାଗିବାରୁ ଜଳିଯାଇଛି । ବସ୍ରେ ଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀ ଉଦ୍ୟମ କରୁଛି । ତେବେ 'ମୋ ବସ୍'ରେ କିପରି ନିଆଁ ଲାଗିଲା ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ ।
Headlines 06- ମାଲକାନଗିରିକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଭେଟି । ମାଲକାନଗିରିରେ ୪ ହଜାର କୋଟି ବ୍ୟୟରେ ଏକ ସିମେଣ୍ଟ କାରଖାନା ନିର୍ମାଣ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ମାଲକାନଗିରି ମାଲ୍ୟବନ୍ତ ଲୋକ ମହୋତ୍ସବରେ ଯୋଗ ଦେଇ ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ଲାଣ୍ଟରେ ୨ ହଜାର ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ମିଳିବ । ଦକ୍ଷିଣରୁ ଉତ୍ତରକୁ ୬ ଲେନ୍ ବିଶିଷ୍ଟ କରିଡର ନିର୍ମାଣ ହେବ । ମାଲକାନଗିରି ମୋଟୁରୁ ମୟୂରଭଞ୍ଜ ତିରିଂ ଯାଏଁ ହେବ କରିଡର୍ । ସ୍ବାଭିମାନ ଅଞ୍ଚଳର ବିକାଶକୁ ଗୁରୁତ୍ବ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Headlines 07- ଉତ୍ତର ପ୍ରଦେଶର ସମ୍ଭଲରେ ଦୀର୍ଘ ବର୍ଷ ଧରି ବନ୍ଦ ଥିବା ଏକ ମନ୍ଦିରକୁ ପୁଣି ଖୋଲାଯାଇଛି। ମନ୍ଦିରଟିକୁ ୧୯୭୮ରେ ବନ୍ଦ କରି ଦିଆଯାଇଥିଲା। ସେବେଠୁ ମନ୍ଦିରଟିକୁ ଜବରଦଖଲ କରି ରଖାଯାଇଥିଲା । ମନ୍ଦିରର ଅନେକ ଅଂଶ ଭାଙ୍ଗିରୁଜି ପୋତି ହୋଇଯାଇଛି । ସବୁଠାରୁ ବଡ କଥା ହେଉଛି ଏହି ମନ୍ଦିର ସାଂସଦ ଜିଆ ଉର ରେହମାନ ବୁର୍କଙ୍କ ଘର ରାସ୍ତାରେ ଦେଖିବାକୁ ମିଳିଛି। ମନ୍ଦିର ପୁନଃ ଉଦ୍ଧାର ପରେ ହିନ୍ଦୁମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
Headlines 08- ବରିଷ୍ଠ IAS ବିଷ୍ଣୁପଦ ସେଠୀଙ୍କୁ ସିବିଆଇର ସମନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ । ସେ କହିଛନ୍ତି ଯେ, ଦୁର୍ନୀତି ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ IAS ବିଷ୍ଣୁପଦଙ୍କ ଡ୍ରାଇଭର ନୃସିଂହ CBI ଅଫିସରୁ ବାହାରିବା ପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସାର୍ଙ୍କ ବାବଦରେ ସିବିଆଇ ପକ୍ଷରୁ ପଚରା ଯାଇଛି । ‘ଡ୍ୟୁଟି ପରେ ସେ କେଉଁଆଡେ ଯାଆନ୍ତି, କାହା ସହ ମିଶନ୍ତି ବୋଲି ପଚାରିଲେ’ ବୋଲି ନୃସିଂହ କହିଛନ୍ତି ।
Headlines 09- ମାଞ୍ଜା ସୂତା ବିକ୍ରି କଲେ ପୋଲିସ ନେବ କଡ଼ା କାର୍ଯ୍ୟାନୁଷ୍ଠାନ । ମାଞ୍ଜା ସୂତା ବ୍ୟାନ୍ ସହ ବିକ୍ରି ଉପରେ କଟକଣା ଲଗାଇଛନ୍ତି ହାଇକୋର୍ଟ । ବିକ୍ରି କିମ୍ବା ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇଲେ ପୋଲିସ କଡା ପଦକ୍ଷେପ ଗ୍ରହଣ କରିବ ବୋଲି କଟକ ଡିସିପି କହିଛନ୍ତି ।
Headlines 10- ପୋଲାଭରମକୁ ନେଇ ଜାନୁୟାରୀ ମାସରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି। ମାଲକାନଗିରି ମୋଟୁରୁ ରାଜଧାନୀ ଭୁବନେଶ୍ବର ଏବଂ ଦିଲ୍ଲୀ ଯାଏଁ ଆନ୍ଦୋଳନ କରାଯିବ । ଓଡ଼ିଶାକୁ ନ୍ୟାୟ ନ ମିଳିବା ଯାଏ ଲଢେଇ ଜାରି ରହିବ ବୋଲି ବିଜେଡି କହିଛି ।
Also Read- Weather Update: ଏହି ସ୍ଥାନରେ ତାପମାତ୍ରା ଆହୁରି କମିବ, ବର୍ଷା ନେଇ ସତର୍କ ସୂଚନା !
Also Read- New Year 2025: ନୂଆବର୍ଷରେ ଆଶୀର୍ବାଦ ବର୍ଷା କରିବେ ରାହୁ, ଜାଣନ୍ତୁ କାହାକୁ ମିଳିବ ଲାଭ