Advertisement
Photo Details/zeeodisha/odisha2662614
photoDetails0hindi

Mahashivaratri 2025: ମହାଦୀପ ଉଠାଇବା ବେଳେ ଖସିପଡ଼ିଲେ ସେବାୟତ, ଆହତଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

Mahashivaratri 2025: ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାଦୀପ ନୀତି ସମ୍ପାଦନ ବେଳେ ଅଘଟଣ ଘଟିଛି। ମହାଦୀପ ଧରି ମନ୍ଦି ମନ୍ଦିର କାନ୍ଥରୁ ତଳକୁ ଚୂଡ଼ାକୁ ଚଢ଼ୁଥିବା ବେଳେ ସେବାୟତ ଭାରସାମ୍ଯ ହରାଇ ମନ୍ଦିର ଦାୟତଙ୍କ ଖସି ପଡ଼ିଛନ୍ତି। ପ୍ରାୟ ୧୨ ଫୁଟ ଉଚ୍ଚରୁ ତଳକୁ ଖସି ପଡ଼ିବାରେ ସେ ଗୁରୁତ ଆହତ ହୋଇଛନ୍ତି। ଆହତ ସେବାୟତ ନାଁ ଯୋଗେନ୍ଦ୍ର ସମର୍ଥା ଓରଫ ଯୋଗିଆ। 

1/6

ଯୋଗେନ୍ଦ୍ର ହେଉଛନ୍ତି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସମର୍ଥା ସେବାୟତ। ସେ ପ୍ରତିବର୍ଷ ମନ୍ଦିର ଉପରକୁ ମହାଦୀପ ଉଠାନ୍ତି। 

2/6

ଠାକୁରଙ୍କ ଯାତ୍ରା ନୀତି ସମ୍ପାଦନ ପରେ ରାତି ପ୍ରାୟ ସାଢ଼େ ୧୦ଟାରେ ମହାଦୀପ ମଶାଲ ଧରି ଯୋଗେନ୍ଦ୍ର ମନ୍ଦିର ଚୂଡ଼ାକୁ ଚଢ଼ୁଥିଲେ। ମୁଖ୍ୟ ମନ୍ଦିର କାନ୍ଥର ନିର୍ଦ୍ଦିଷ୍ଟ ଫାଙ୍କରେ ହାତ ଭରା ଦେଇ ସେ ଚଢ଼ିବା ଆରମ୍ଭ କରିଥିଲେ। 

 

3/6

ସେ କିଛି ବାଟ ଉଠିବା ପରେ ହଠାତ୍ ମହାଦୀପ ମଶାଲ ସହ ତଳକୁ ଖସି ପଡ଼ିଥିଲେ। ତଳେ ପଡ଼ି ତାଙ୍କ ବାମ ପାର୍ଶ୍ଵ ମୁଣ୍ଡ ଫାଟି ଯାଇଥିଲା। ଆଖିପତା ଓ ମୁହଁ ଫାଟି ଯାଇଥିଲା। 

4/6

ତଳେ ଅପେକ୍ଷାରତ ସେବାୟତଗଣ ଏହି ଅଘଟଣ ଦେଖି ହତ ହତବାକ ହୋଇଯାଇଥିଲେ । ରକ୍ତରେ ଜୁଡ଼ୁବୁଡ଼ୁ ଯୋଗେନ୍ଦ୍ରଙ୍କୁ ସେଠାରୁ ଉଦ୍ଧାର କରାଯାଇ ପ୍ରଥମେ ବିଏମ୍‌ ସି ହସ୍ପିଟାଲ ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। 

5/6

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହସ୍ପିଟାଲରେ ଯୋଗେନ୍ଦ୍ରଙ୍କୁ ଭେଟିଛନ୍ତି। ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି।

6/6

ମନ୍ଦିରରୁ ପଡି ଆହତ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ କରାଯାଇଛି। ତାଙ୍କ ବାମପାର୍ଶ୍ଵ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି । ମହାଦୀପ ଉଠିବା ବେଳେ ଏଭଳି ଅଘଟଣ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରଥମ ବୋଲି କୁହାଯାଉଛି।