Advertisement
Photo Details/zeeodisha/odisha2662870
photoDetails0hindi

Chandra Grahan 2025: ୧୦୦ ବର୍ଷ ପରେ ହୋଲିରେ ପଡୁଛି ଦୁର୍ଲଭ ଯୋଗ, ମାଲାମାଲ୍ ହେବେ ଏହି୩ ରାଶି!

Chandra Grahan And Surya Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ମାର୍ଚ୍ଚ ୧୪ ତାରିଖ ସକାଳ ୫ଟା ୪୦ ମିନିଟ୍ ସମୟରେ ମୀନ ରାଶିକୁ ଚଳନ କରିବେ। ହୋଲିରେ ସୂର୍ଯ୍ୟଙ୍କ ଚଳନ ସହ ଏହି ଦିନ ଚନ୍ଦ୍ର ଗ୍ରହଣ ମଧ୍ୟ ପଡୁଛି। ଯାହା ଦୁର୍ଲଭ ଯୋଗ ସୃଷ୍ଟି କରୁଛି। ଏହି ଦୁର୍ଲଭ ଯୋଗ  ପ୍ରାୟ ୧୦୦ ବର୍ଷ ପରେ ପଡିଛି। ସୂର୍ଯ୍ୟଙ୍କ ଗୋଚର ସାଙ୍ଗକୁ ଚନ୍ଦ୍ର ଗ୍ରହଣ କିଛି ରାଶି ପାଇଁ ବେଶ୍ ଶୁଭ ରହିବ। ବିଶେଷକରି, କ୍ୟାରିୟର ଓ ଆର୍ଥିକ ଦୃଷ୍ଟିକୋଣରୁ ସମୟ ଭଲ ରହିବ। ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ। ତେବେ, ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ହୋଲିରୁ ବଦଳିବାକୁ ଯାଉଛି।.... 

1/3
ବୃଷ: ହୋଲିରେ ପଡୁଥିବା ଏହି ଦୁର୍ଲଭ ଯୋଗ ଏହି ରାଶିକୁ ମାଲାମାଲ୍ କରିବ। ଆୟରେ ବୃଦ୍ଧି ଘଟିବ। ବିଶେଷକରି, ବ୍ୟବସାୟୀମାନଙ୍କ ପାଇଁ ସମୟ ଅନୁକୂଳ ରହିବ। ଯେଉଁମାନେ, ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଯୋଜନା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଶୁଭ ରହିବ। ଏହି ସମୟ ରେ ବ୍ୟବସାୟ ଆରମ୍ଭ କଲେ ଭଲ ଲାଭ ପାଇବେ। ପାର୍ଟନରସିପ୍ ରେ ଚାଲୁଥିବା ବ୍ୟବସାୟରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ। ଲଟେରୀ ବା ଷ୍ଟକ୍ ମାର୍କେଟ୍ ରୁ ମୋଟା ଅଙ୍କର ଟଙ୍କା କମାଇବେ। ନୂଆ ଗାଡି କିଣିବାର ସ୍ବପ୍ନ ସାକାର ହେବ। ଛାତ୍ରଛାତ୍ରୀମାନେ ଭଲ ରେଜଲ୍ଟ କରିବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ବିବାଦର ଅନ୍ତ ଘଟିବ। ସ୍ବାସ୍ଥ୍ୟ ଭଲ ରହିବ।

 

ALSO READ: Rani Panda: ଅଭିନେତ୍ରୀ ରାଣୀ ପଣ୍ତାଙ୍କ ସହ ଭାଇାରାଲ୍ ହେଉଛି ପ୍ରେମିକ ବିକ୍ରମର ଏହିସବୁ ପୁରୁଣା ଫଟୋ, ଦେଖନ୍ତୁ

ALSO READ: Guru Uday 2025: ୧୫ ବର୍ଷ ପରେ ମୀନରେ ବୃହସ୍ପତି ହେବେ ଉଦୟ, ଟଙ୍କା ଗଦିରେ ଶୋଇବେ ଏହି ୫ ରାଶି!

2/3
କର୍କଟ: ହୋଲିରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶିର ଭାଗ୍ୟ ଉଦୟ କରିବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ। କ୍ୟାରିୟରରେ ଅଗ୍ରଗତି କରିବେ। କର୍ମକ୍ଷେତ୍ରରୁ ବଡ଼ ଦାୟିତ୍ବ ମିଳିବ। ଦରମା ବଢିବା ସହିତ ବ୍ୟାଙ୍କ୍ ବାଲାନ୍ସ ବଢିବ। ଧାର୍ମିକ କାର୍ଯ୍ୟକଳାପ ପ୍ରତି ଆଗ୍ରହ ସୃଷ୍ଟି ହେବ। ଯେଉଁମାନେ ସରକାରୀ ଚାକିରି କରିବା ପାଇଁ ସ୍ବପ୍ନ ଦେଖୁଛନ୍ତି । ସେମାନଙ୍କ ପାଇଁ ସମୟ ଖାସ୍ ରହିବ। ବୀମା, ବ୍ୟାଙ୍କିଂ ଓ ଆର୍ଥିକ କ୍ଷେତ୍ରରେ କାର୍ଯ୍ୟରତ ଲୋକ ନିଜ ଟାର୍ଗେଟ୍ ପୂରା କରିବାରେ ସଫଳ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ଜୀବନସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିବେ। ପିତାମାତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀର ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବେକାରୀଙ୍କୁ ନୂଆ ନିଯୁକ୍ତି ଯୋଗ ରହିଛି। 

3/3
ମିଥୁନ: ହୋଲିରେ ପଡୁଥିବା ଦୁର୍ଲଭ ଯୋଗ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ପ୍ରମାଣିତ ହେବ। ବ୍ୟବସାୟୀମାନେ ବ୍ୟବସାୟରେ ଅଧିକ ଲାଭ ପାଇବେ। ଚାକିରି କରୁଥିବା ଲୋକେ ବରିଷ୍ଠ ଅଧିକାରୀଙ୍କ ଠାରୁ ସମ୍ମାନୀତ ହେବେ। ପୁଂଜି ନିବେଶ ପାଇଁ ସମୟ ଶୁଭ ରହିବ। ଏହି ସମୟରେ ନିବେଶ କଲେ ଭଲ ଲାଭ ପାଇବେ। ବିଦେଶରେ ପାଠ ପଢିବାକୁ ଇଚ୍ଛା ରଖିଥିବା ଆଶାୟୀଙ୍କ ଆଶା ପୂରଣ ହେବେ। ଅବିବାହିତଙ୍କ ବିବାହ ଯୋଗ ଫିଟିବ। ଆର୍ଥିକ ଦେଣନେଣ ପାଇଁ ସମୟ ଭଲ ରହିଛି। ଧାର-କରଜ ଆଣିଥିବା ଟଙ୍କାକୁ ସୁଝିବାରେ ସଫଳ ହେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଗାଡି ଓ ନୂଆ ଘର କିଣିବାର ଆଶା ପୂରଣ ହେବ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ।    (Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)