Advertisement
Photo Details/zeeodisha/odisha2660215
photoDetails0hindi

ବୁଧବାର ରାଣୀ ପଣ୍ଡାଙ୍କ ପ୍ରେମିକ ବିକ୍ରମଙ୍କ ଚତୁର୍ଥୀ, ତା ପୂର୍ବରୁ ୧୫ଟି ଫଟୋ ଭାଇରାଲ୍

ସରିଛି ବିକ୍ରମଙ୍କ ବାହାଘର, ବୁଧବାର ଦିନ ଚତୁର୍ଥୀ ଭୋଜିର ଆୟୋଜନ କରାଯାଇଛି । ବନ୍ଧୁ ବାନ୍ଧବ ସାଇ ପଡିଶା ସବୁ ଏକାଠି ହେବେ । ତେବେ ବିକ୍ରମଙ୍କ ବାହାଘର ସମୟର କିଛି ଝଲକ ଉପରେ ନଜର ପକାନ୍ତୁ ।

1/14

୨୩ ଫେବୃଆରୀ ରବିବାର ଦିନ ବିକ୍ରମ ବାହାରିଥିଲେ ବରବେଶ ହୋଇ ବାହା ହେବାକୁ ଆଉ ପ୍ରେମିକା ତଥା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ବାହାରିଥିଲେ ଦୟା ନଦୀ କୂଳକୁ ନିଜ ପ୍ରେମିକ ବିକ୍ରମଙ୍କୁ ଜୀବନ୍ତ ଅବସ୍ଥାରେ ଶୁଦ୍ଧି ହେବାକୁ ।

2/14

ବିକ୍ରମ ରୋଷଣୀ କରି କନ୍ୟା ଘର ପାଖକୁ ପାଖକୁ ଆସୁଥିଲେ ଆଉ ରାଣୀ ପଣ୍ଡା ନଦୀ କୂଳରେ ବିକ୍ରମଙ୍କ ପାଇଁ ପିଣ୍ଡ ବାଢୁଥିଲେ । 

3/14

ବିକ୍ରମ ବେଦୀରେ ବସି ହାତକୁ ଦୁଇହାତ ହେଲେ ଆଉ ଏପଟେ ରାଣୀ ପଣ୍ଡା ବିକ୍ରମଙ୍କ ସବୁ ସ୍ମୃତିକୁ ଦୟା ନଦୀ କୂଳରେ ନିଆଁ ଲଗାଇ ବିସର୍ଜନ କରିଦେଲେ । ଏଇଠି ଅନ୍ତ ହେଇଗଲା ରାଣୀ ଆଉ ବିକ୍ରମଙ୍କ ପ୍ରେମ କାହାଣୀ ।

4/14

ବହୁ ବାଦ ବିବାଦ ତର୍କ ଆଲୋଚନାରେ ପଡିଛି ପୂର୍ଣ୍ଣଛେଦ । ପ୍ରେମିକା ରାଣୀ ପଣ୍ଡାଙ୍କ ହାତ ଛାଡିବା ପରେ ଶେଷରେ ନୂଆ ଜୀବନସାଥୀ ବାଛିଛନ୍ତି ବିକ୍ରମ ।

5/14

ଆଉ ବର୍ତ୍ତମାନ ଆଉ କାହା ସହ ଖୁସିରେ ଘର ସଂସାର କରିବାକୁ ଯାଉଛନ୍ତି ବିକ୍ରମ

6/14

ଆଗରୁ ରାଣୀ ଏବଂ ବିକ୍ରମ ଏକାଠି ଅନେକ ସମୟ ଅତିବାହିତ କରିଥିଲେ । ଅନେକ ସ୍ଥାନକୁ ଯାଉଥିଲେ ଏକାଠି ଖାଉଥିଲେ ଏପରିକି ଗୋଟିଏ ରୁମରେ ସମୟ ବିତାଇଥିଲେ । କିନ୍ତୁ ସବୁ କଥା ଏବେ ଅତୀତ ପାଲଟିଯାଇଛି ।

7/14

ବାହାଘର ପୂର୍ବରୁ ସୋସିଆଲ ମିଡିଆରେ ନିଜ ମନର କଥା କହି ଭୋ ଭୋ ହୋଇ କାନ୍ଦିଥିଲେ ରାଣୀ ପଣ୍ଡା । ହେଲେ ତରଳିଲାନି ବିକ୍ରମଙ୍କ ହୃଦୟ । ରାଣୀ ଏବଂ ବିକ୍ରମ ଉଭୟ ନିଜ ନିଜ ଜିଦରେ ଥିଲେ ଅଟଳ ।

8/14

ନା ବିକ୍ରମଙ୍କ ସର୍ତ୍ତରେ ରାଣୀ ରାଜି ଥିଲେ ନା ରାଣୀଙ୍କ କଥାରେ ବିକ୍ରମ ଅଟକିଲେ । ରାଣୀଙ୍କ ଅନେକ ପ୍ରଶଂସକ ଆଶା କରିଥିଲେ ଯେ, ରାଣୀ ଏବଂ ବିକ୍ରମ ଏକାଠି ହେବେ କିନ୍ତୁ ତାହା ସମ୍ଭବ ହୋଇପାରିଲା ନାହିଁ । 

9/14

ରାଗରେ ଦୟାନଦୀ କୂଳରେ ସିନା ବିକ୍ରମଙ୍କୁ ଜୀବନ୍ତ ଶୁଦ୍ଧି ହେଇଗଲେ ରାଣୀ କିନ୍ତୁ ନିଜ ହୃଦୟକୁ ବୁଝାଇବା ସତରେ କଣ ସହଜ ? 

10/14

ସାମ୍ୱାଦିକମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ଆଉ ପୁରୋହିତଙ୍କୁ ପ୍ରଶ୍ନ କରିଥିଲେ ଯେ, ନନା ଆପଣ ଜାଣିଥିଲେ ଘଟଣା ବିଷୟରେ ? ଆପଣ ପିଣ୍ଡଦାନ ସମୟରେ ମନ୍ତ୍ର ପାଠ କଲେ କେମିତି ? 

11/14

ପୁରୋହିତ ଉତ୍ତର ଦେଲେ ଆମର କର୍ତ୍ତବ୍ୟ ହେଉଛି ଜଜମାନଙ୍କ କର୍ମକରିବା... ରାଣୀ ଆସି ମତେ କହିଲେ ମୁଁ ଜଣେ ମୃତ୍ୟ ବ୍ୟକ୍ତିର ପିଣ୍ଡ ଦାନ କରିବାକୁ ଆସିଛି ତେଣୁ ମୁଁ ସେହି ହିସାବରେ ମୋର କର୍ମ କରିଛି । 

12/14

ସାମ୍ୱାଦିକ ପ୍ରଶ୍ନ କରିଥିଲେ ଯେ, କଣ ଜୀବନ୍ତ ଲୋକଙ୍କୁ ପିଣ୍ଡ ଦାନ କରିବା ଠିକ୍ କଥା ? ପୁରୋହିତ ଜଣକ ଟିକେ ଥଙ୍ଗ ଥଙ୍ଗ ହୋଇ ଉତ୍ତର ଦେଲେ ନା ଏବଂ ଏହା କହି ଘଟଣାସ୍ଥଳରୁ ତୁରନ୍ତ ଚାଲିଯାଇଥିଲେ ।

13/14

ଅନ୍ୟପଟେ, ସାମ୍ୱାଦିକଙ୍କ ପ୍ରଶ୍ନର ସମସ୍ତ ଉତ୍ତର ରଖିଥିଲେ ରାଣୀ ପଣ୍ଡା । ସେ କହିଥିଲେ ଯେ, ମୁଁ ୧୦ ଦିନ ପାଳି ପାରିବି ନାହିଁ ମାତ୍ର ୩ ଦିନ ପାଳିବି ଆଉ ତାପରେ ବ୍ରାହ୍ମଣ ଭୋଜନ କରାଇବି । 

14/14

ଅର୍ଥାତ ସେପଟେ ବିକ୍ରମଙ୍କର ଚତୁର୍ଥୀ ଭୋଜୀ ଚାଲୁଥିବା ସମୟରେ ରାଣୀ ପଣ୍ଡା ବିକ୍ରମଙ୍କ ଉଦ୍ଦେଶ୍ୟରେ ବ୍ରାହ୍ମଣ ଭୋଜନ କରାଇବେ ।