CISF Constable JOB: ସିଆଇଏସଏଫ(CISF) ଚାକିରି ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ପକ୍ଷରୁ କନେଷ୍ଟବଳ ଟ୍ରେଡସମ୍ୟାନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ କରିବା ଲାଗି ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ www.cisf.gov.in/cisfeng/recruitment/ରେ ଆପ୍ଲାଏ କରିପାରିବେ।
ଆବେଦନ ତାରିଖ:
-ଅବେଦନର ପ୍ରକ୍ରିୟା ୫ ମାର୍ଚ୍ଚ ୨୦୨୫ରୁ ଆରମ୍ଭ ହେବାକୁ ଯାଉଛି
-ଆବେଦନ ୩ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଚାଲିବ
ଶିକ୍ଷାଗତ ଯୋଗ୍ୟତା:
-୧୦ମ ଶ୍ରେଣୀ ପାସ କରିଥିବା ଆବଶ୍ୟକ।
-ଟ୍ରେଡ୍ସରେ ଆଇଟିଆଇ ପାସକୁ ଅଗ୍ରାଧିକାର ଦିଆଯିବ।
ଖାଲି ପଦବୀ:
-୧୧୬୧ଟି ପଦବି ଖାଲି ପଡ଼ିଛି।
ଆବେଦନର ବୟସସୀମା:
-ପ୍ରାର୍ଥୀଙ୍କ ବୟସ ୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ୧୮ରୁ ୨୩ ବର୍ଷ ମଧ୍ୟରେ ହେବା ଆବଶ୍ୟକ।
-ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାକୁ ଛାଡ଼ କରାଯାଇଛି।
ଆବେଦନ ଶୁଳ୍କ:
-ଏହି ଆବେଦନ ପାଇଁ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଏ
-SC,ST ଏବଂ ESM ପ୍ରାର୍ଥୀଙ୍କୁ ଆବେଦନ ପାଇଁ କୌଣସି ଟଙ୍କା ପେମେଣ୍ଟ କରିବାକୁ ପଡିବ ନାହିଁ।